fbpx

୯ ଯାଏଁ ବର୍ଷିବ, ୧୦ରୁ ବଢିବ ଶୀତ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ୧୩ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ, ଉତ୍ତର ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୋନପୁର, ସମ୍ବଲପୁର, ଦେବଗଡ, ଅନୁଗୁଳ. କେନ୍ଦୁଝର ଓ ଢେଙ୍ଗାନାଳରେ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ୧୦ ତାରିଖରୁ ପାଗ ଶୁଖିଲା ରହିବା ସହ ଶୀତର ପ୍ରଭାବ ବଢିବ । ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ । ବର୍ଷା ପରେ ପ୍ରବଳ କୁହୁଡି ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ଦାରିଙ୍ଗବାଡିରେ ସର୍ବାଧିକ ୧୭ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ୧୬.୨ମିମି, ଫୁଲବାଣୀରେ ୭.୬ ମିମି, ଗୋପାଳପୁରେ;ର ୧୦ ମିମି ଓ ଭୁବନେଶ୍ୱରରେ ୦.୮ ମିମି ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.