fbpx

News across the Earth, news close to your heart, Read Odisha Bhaskar English

ସ୍ମିତାରାଣୀ ମାମଲା: ଭଙ୍ଗାଯିବ ରଙ୍ଗଶାଳା

ଯାଜପୁର,୭ ।୨(ଓଡିଶା ଭାସ୍କର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଆଜି ଭଙ୍ଗାଯିବ ବିବାଦୀୟ ରଙ୍ଗଶାଳା । ସରକାରୀ ଜମିରେ ରଙ୍ଗଶାଳା ଥିବାର ଏହାକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଘଟଣାସ୍ଥଳରେ ଯାଜପୁର ଏଡିଏମ୍, ଧର୍ମଶାଳା ତହସିଲଦାର ଉପସ୍ଥିତ ଥିବା ବେଳେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରଙ୍ଗଶାଳା ଭାଙ୍ଗିବାକୁ ସ୍ଥାନୀୟ ଲୋକଙ୍କ ସହ ସରପଞ୍ଚ ବିରୋଧ କରୁଛନ୍ତି । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ଭୂପେଶ ଭଦ୍ରଙ୍କ ନାଁରେ ରହିଛି ଏହି ରଙ୍ଗଶାଳା ।

ତେବେ ସ୍ମିତାରାଣୀ ହରିଦାସପୁର ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ଅକ୍ଟୋବର ୧୬ରେ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ଥାନା ଅଧୀନ ବାଲିଘରି ନିକଟରେ ଥିବା ଏକ ଗେଷ୍ଟ ହାଉସରୁ ପୋଲିସ ଜବତ କରିଥିଲା। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ରୂପେଶଙ୍କୁ ଅକ୍ଟୋବର ୧୮ ତାରିଖରେ ଗିରଫ କରିଥିଲା। ମୃତ୍ୟୁ ପଛରେ ରଙ୍ଗଶାଳାର ଲିଙ୍କ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ପୂର୍ବରୁ ରଙ୍ଗଶାଳାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା ।

Get real time updates directly on you device, subscribe now.