fbpx

ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ କାହିଁକି ଲାଗିଲା PSA ?

ଶ୍ରୀନଗର,୭ ।୨: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନାଁରେ ଜନ ସୁରକ୍ଷା ଅଧିନିୟମ ବା ପିଏସଏ ଲାଗୁ କରିଛନ୍ତି ରାଜ୍ୟ ପ୍ରଶାସନ । ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । ଜବାବରେ ସରକାର କହିଛନ୍ତି ଯେ, ୬ ଜଣ ନେତା ତାଙ୍କର ନିୟମ ଓ ସର୍ତ୍ତକୁ ମାନିବାକୁ ମନା କରିଛନ୍ତି । ଏଥିପାଇଁ ସେମାନଙ୍କ ଉପରେ ପିଏସଏ ଲାଗୁ ହୋଇଛି ।’

ତେବେ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଆଇଏଏସର ରାଜନେତା ଶାହ ଫୈସଲ, ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତି, ନ୍ୟାସନାଲ କନଫ୍ରେନ୍ସ ମୁଖ୍ୟ ଅଲୀ ମୋହମ୍ମଦ ସାଗର ଓ ପୀଡୀପୀ ନେତା ସରତାଜ ମଦନୀ ଉପରେ ପିଏସଏ ଲାଗୁ କରିଛନ୍ତି । ଫାରୁକ ଅବଦୁଲ୍ଲାଙ୍କ ନାଁରେ ୨୦୧୯ ସେପଟେମ୍ବର ୧୭ରେ ପିଏସଏ ଲାଗୁ କରାଯାଇଥିଲା । ଅନ୍ୟପଟେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ବହୁ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା ।

Get real time updates directly on you device, subscribe now.