fbpx

୨୮ରୁ ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ୨୮ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଦୁଇ ଦିନ ଧରି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ମୁଖ୍ୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏନେଇ ୯ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟର କିଛି ସ୍ଥାନରେ ଏବେ ମଧ୍ୟ ଶୀତ ଲହରି ଜାରି ରହିଛି । ୨୬ଓ ୨୭ ତାରିଖରେ ଅନୁଗୁଳ, ସୋନପୁର, ବଲାଙ୍ଗିର, ଦେଓଗଡ଼ ଆଦି ଜିଲ୍ଲାରେ ଥଣ୍ଡା ପବନ ବୋହିବାର ସମ୍ଭାବନା ରହିଛି । ସେହିପରି ୨୯ଓ ୩୦ ତାରିଖରେ ରାଜ୍ୟର କିଛି ଅଂଶରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । କଟକ, ଅନୁଗୁଳ, ଭଦ୍ରକ ଆଦି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.