fbpx

ପୁଣି ବର୍ଷା ହେବାର ସମ୍ଭାବନା, ବଢ଼ିବ ଶୀତ

ଭୁବନେଶ୍ୱର, ୬ା୧(ଓଡ଼ିଶା ଭାସ୍କର): ୮ରୁ ଉତ୍ତର ଓଡ଼ିଆ ଓ ଅନ୍ୟ ୪ଜିଲ୍ଲାରେ ପୁଣି ବର୍ଷା ସମ୍ଭାବନା ରହିଛି । ୪ଟି ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ରାୟଗଡ଼ା, ଝାରସୁଗୁଡ଼ା ଓ ଦେବଗଡ଼ ।ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ୪ଜିଲ୍ଲାକୁ ଶୀତ ଲହରି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୪ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୁଳ, ବୈାଦ୍ଧ, ସୁବର୍ଣ୍ଣପୁର ଓ ଦେବଗଡ଼ । ଏହାସହ ସମଗ୍ର ଦକ୍ଷିଣ ଓଡ଼ିଶା ପାଇଁ ଘନ କୁହୁଡ଼ି ସତର୍କତା ଜାରି ରହିଛି । ୪ଟି ଜିଲ୍ଲାରେ ଅଧିକ ଘନ କୁହୁଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୪ଜିଲ୍ଲା ହେଉଛି ସୁବର୍ଣ୍ଣପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ । ୨୦୦ମିଟରରୁ ଅଧିକ ଦୂର ଜିନିଷ ଦେଖିବାରେ ଅସୁବିଧା ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.