fbpx

ଫିକା ପଡିବ ପୂଜାର ମଜା ଆନନ୍ଦ: ବର୍ଷା ବିଗାଡିପାରେ ସବୁ ମଉଜ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ପାଇଁ ଗତ ୨ ବର୍ଷ ଧରି ସାରା ରାଜ୍ୟରେ ଶାରଦୀୟ ଦୁର୍ଗା ପୂଜା ବନ୍ଦ ରହିଥିବାବେଳେ ଚଳିତ ବର୍ଷ ପୂଜା ପାଇଁ ବିଭିନ୍ନ ମହଲରେ ଉତ୍ସାହ ଲାଗି ରହିଛି । ତେବେ ଗତ ୨ ବର୍ଷ ପରି ଏଥର ବି ପୂଜା ମଉଜ ଫିକା ପଡ଼ିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଫଳରେ ଧୂମଧାମ୍ ପୂଜା ନେଇ ବିଭିନ୍ନ ଅନୁଷ୍ଠାନ ଯେଉଁ ପରିକଳ୍ପନା କରିଛନ୍ତି ସେଥିରେ ଭଟ୍ଟା ପଡ଼ିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧ ତାରିଖରେ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଉପକୂଳ ଓଡ଼ିଶାରେ ୧ ତାରିଖରୁ ବର୍ଷା ଆରମ୍ଭ ହେବ । ୨ ଓ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପ ରୂ ନେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଏପଟେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଛି । ୨୮ ଓ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ପାଣିପାଗ ବିଭାଗର ଆକଳନକୁ ନେଇ ପୂଜାକମିଟିମାନେ ଚିନ୍ତାରେ ପଡ଼ିଛନ୍ତି । ତେଣୁ ଏଥର ବି ପୂଜା ଫିକା ପଡ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.