fbpx

ଆସନ୍ତା ୧ଓ ୨ ତାରିଖରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଆଉ ଗୋଟେ ଦିନ ଗଲେ ନୂଆବର୍ଷ । ଚରିଆଡ଼େ ନୂଆବର୍ଷ ପାଳନ କରିବା ପାଇଁ ଏବେଠୁ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଆସନ୍ତା ୧ ଓ ୨ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । କେକେକ ସ୍ଥାନରେ ହାଲକା ବର୍ଷା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଓ ଖୋର୍ଦ୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା କମିବା ପରେ ପୁଣି ଥଣ୍ଡାର ପ୍ରକୋପ ବଢ଼ିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Get real time updates directly on you device, subscribe now.