fbpx
BJD SKY
BJD SKY

ବନ୍ଧୁକଧାରୀ କମାଣ୍ଡୋଙ୍କ ସୁରକ୍ଷାରେ ଟମାଟୋ ଓ ପନିପରିବା: ଦରଦାମ୍ ବୃଦ୍ଧି ବିରୋଧରେ ଅଭିନବ ପ୍ରଦର୍ଶନର ଚିତ୍ର

BJD

ରାୟସେନ : ଏବେ ଟମାଟୋର ଦରବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୫ ଟଙ୍କାରେ ବିକ୍ରି ହେଉଥିବା ଟମାଟୋର କିଲୋ ପ୍ରତି ଦର ଏବେ ୨୫୦ ଟଙ୍କାରେ ପହଞ୍ଚିଲାଣି । ଟମାଟୋର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି । ତେବେ ମଧ୍ୟପ୍ରଦେଶର ରାୟସେନରୁ ଏବେ ଏକ ଅଜବ ଧରଣର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଠାରେ କଂଗ୍ରେସ କର୍ମୀମାନେ ଟମାଟୋ ସହ ବିଭିନ୍ନ ପନିପରିବାର ଦରବୃଦ୍ଧିକୁ ନେଇ ଏକ ଅଜବ ପ୍ରଦର୍ଶନ ବାହାର କରିଛନ୍ତି । ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବନ୍ଧୁକଧାରୀ କମାଣ୍ଡୋଙ୍କ ସୁରକ୍ଷା ମଧ୍ୟରେ ପରିବା ଯାତ୍ରା ବାହାର କରିବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି ସରକାର ଦେଶରେ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇ ପାରୁ ନାହାନ୍ତି । ଦେଶର ଜନତା ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି । ଲୋକଙ୍କୁ ରୋଜଗାର ବି ମିଳୁନାହିଁ । କିନ୍ତୁ ସରକାର କହୁଛନ୍ତି ସବୁ ଠିକ୍ ଠାକ୍ ଅଛି ।

ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଆକାଶ ଛୁଆଁ ପନିପରିବା ଦରକୁୁ ବିରୋଧ କରି ମଧ୍ୟପ୍ରଦେଶରେ କଂଗ୍ରେସ କର୍ମୀମାନେ ରାୟସେନର ସାଗର ଭୋପାଳ ଛକରୁ ମହାମାୟା ଛକ ପର୍ଯ୍ୟନ୍ତ ଏହି ପନିପରିବା ଯାତ୍ରାର ଆୟୋଜନ କରିଥିଲେ । ଏହି ଅଜବ ପ୍ରଦର୍ଶନକୁ ଦେଖି ଲୋକଙ୍କ ଭିଡ ଜମି ଯାଇଥିଲା । କଂଗ୍ରେସ କର୍ମୀମାନେ କମାଣ୍ଡୋ ବେଶରେ ପନିପରିବା ଠେଲା ଗାଡି ସହ ଏହି ଯାତ୍ରା ବାହାର କରିଥିଲେ ।
ବ୍ଲକ କଂଗ୍ରେସ ଅଧ୍ୟକ୍ଷ ମନୋଜ ଅଗ୍ରୱାଲ କହିଛନ୍ତି, ଦରଦାମ ବୃଦ୍ଧିକୁ ନେଇ ଏବେ ସାଧାରଣ ଜନତା ବେଶ୍ ସମସ୍ୟାରେ ଅଛନ୍ତି । ଏବେ ଜଣେ ସାଧାରଣ ଲୋକକୁ ଘର ଚଳାଇବା ବେଶ୍ କଷ୍ଟ ହୋଇପଡୁଛି । ଏହା ସତ୍ତେ୍ୱ ମଧ୍ୟ ସରକାର ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । ଆଗାମୀ ଦିନରେ ଏହାର ଜବାବ ଜନତା ନିଶ୍ଚୟ ଦେବେ ।

Get real time updates directly on you device, subscribe now.