fbpx

ଅଡୁଆରେ ଶର୍ଲିନ ଚୋପ୍ରା; ୫୦ କୋଟିର ମାନହାନି ମୋକଦ୍ଦମା କଲେ ରାଜ କୁନ୍ଦ୍ର ଓ ଶିଳ୍ପା ଶେଟ୍ଟୀ

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ ଏହି ଅଭିନେତ୍ରୀଙ୍କ ବିରୋଧରେ ୫୦ କୋଟିର ମାନହାନି ମୋକଦ୍ଦମା କରିଛନ୍ତି । ପର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା ଜେଲରେ ଥିବା ସମୟରେ ଶର୍ଲିନ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ସେ ସମୟରେ ରାଜ ଓ ଶିଳ୍ପା ନୀରବ ରହିଥିବା ବେଳେ ବର୍ତ୍ତମାନ ଶର୍ଲିନଙ୍କ ନାମରେ ୫୦ କୋଟିର ମାନହାନି ମୋକଦ୍ଦମା କରାଯାଇଛି । ଶର୍ଲିନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଦମ୍ପତ୍ତି କହିବା ସହିତ ମଙ୍ଗଳବାର ମାମଲା ଦାୟର କରିଛନ୍ତି ଏହି ଦମ୍ପତ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ରାଜ କୁନ୍ଦ୍ରା ପ୍ରାୟ ୨ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ।

ରାଜ୍ କୁନ୍ଦ୍ରାଙ୍କୁ ପୁଲିସ୍ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲା । ସେତେବେଳେ ପୁଲିସ୍ କହିଥିଲା ଯେ, ପୂରା ମାମଲାର ସୁତ୍ରଧର ହେଉଛନ୍ତି ରାଜ୍ କୁନ୍ଦ୍ରା । ତାଙ୍କ ବ୍ୟତୀତ ଆଉ ୧୦ ଜଣଙ୍କୁ ପୁଲିସ୍ ଏହି ମାମଲାରେ ଗିରଫ କରିଛି । ଫେବୃଆରୀରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ୬୨ ଦିନ ଜେଲରେ କାଟିବା ପରେ ସେ ବାହାରକୁ ଆସିଛନ୍ତି । ପର୍ଣ୍ଣ ଫିଲ୍ମ କରିବା ଓ ତାକୁ ବିକ୍ରି କରିବା ନେଇ ରାଜ କୁନ୍ଦ୍ରାଙ୍କ ଉପରେ ଗମ୍ଭୀର ଅଭିଯୋଗ ହୋଇଥିଲା । ୫୦ ହଜାର ଟଙ୍କା ମୁଚାଲିକା ପରେ ରାଜଙ୍କୁ ଜାମିନ ମିଳିଛି ।

Get real time updates directly on you device, subscribe now.