fbpx

ରେକର୍ଡ ଭାଙ୍ଗୁଛି Squid Game; ୨୭ ଦିନରେ ଦେଖିଲେଣି ୧୧ କୋଟି ଦର୍ଶକ

ନୂଆଦିଲ୍ଲୀ: ନିକଟରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି ସ୍କ୍ୱିଡ ଗେମ୍ । ଏହି ୱେବ ସିରିଜଟି ରିଲିଜ ହେବା ମାତ୍ରକେ ହାସଲ କରିଛି ଦର୍ଶକୀୟ ଆଦୃତି । ସମୀକ୍ଷକ ମାନେ ଭଲ ରେଟିଂ ଦେଇଥିବା ବେଳେ ସିରିଜଟିକୁ ସମସ୍ତେ ତଥା ବିଶେଷ ଭାବରେ ଯୁବବର୍ଗ ପସନ୍ଦ କରୁଛନ୍ତି । ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ନେଟଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ଶୋ ଭାବରେ ରହିଛି ସ୍କ୍ୱିଡ୍ ଗେମ୍ । ଏହି ସିରିଜଟିକୁ ମାତ୍ର ୨୭ ଦିନ ମଧ୍ୟରେ ୧୧ କୋଟି ଦର୍ଶକ ଦେଖି ସାରିଲେଣି । ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ସିରିଜ୍ ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡିଛି ।
ନେଟଫ୍ଲିକ୍ସ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଶୋଟି ମାତ୍ର ୨୧.୪ ମିଲିୟନ ଡଲାରର ବଜେଟରେ ନିର୍ମିତ ହୋଇଥିବା ବେଳେ ଏହା ପ୍ରାୟ ୯୦୦ ମିଲିୟନ ଡଲାରର ଲାଭ ପ୍ରଦାନ କରିଛି । ଟପ୍ ଟେନରେ ରହିଥିବା ଶୋ ଗୁଡିକ ମଧ୍ୟରେ ସ୍ୱିଟ୍ ଟୁଥ୍ ସିଜିନ୍-୧କୁ ୬ କୋଟି ଦର୍ଶକ ଦେଖିଛନ୍ତି । ସ୍ୱିଟ୍ ଟୁଥ୍ ୧୦ ନମ୍ବର ସ୍ଥାନରେ ରହିଥିବା ବେଳେ ସ୍କ୍ୱିଡ୍ ଗେମ୍ ୧୧୧ ମିଲିୟନ ବା ୧୧.୧ କୋଟି ଦର୍ଶକଙ୍କ ସହିତ ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଦ କ୍ୱିନ୍ସ ଗାମ୍ବିଟ୍(୬.୨କୋଟି), ଟାଇଗର କିଙ୍ଗ(୬.୪ କୋଟି), ଲା କାସା ଡେ ପାପେଲ୍ ପାର୍ଟ-୪(୬.୫ କୋଟି), ଷ୍ଟ୍ରେଞ୍ଜର ଥିଙ୍ଗସ୍(୬.୭ କୋଟି), ସେକ୍ସ/ଲାଇଫ୍(୬.୭ କୋଟି), ଦ ୱିଚର୍(୭.୬ କୋଟି), ଲୁପିନ (୭.୬ କୋଟି) ଏବଂ ବ୍ରିଜଷ୍ଟୋନ (୮.୨ କୋଟି) ପଛକୁ ପଛ ରହିଛନ୍ତି । ନେଟଫ୍ଲିକ୍ସରେ ଅନ୍ୟୁନ ୨ ମିନିଟ ଦେଖିବା ପରେ ଏହାକୁ ଗୋଟିଏ ଭିୟୁ ଭାବରେ ଗଣାଯାଇଥାଏ ।

Get real time updates directly on you device, subscribe now.