fbpx

ରଜ ପାଇଁ ପୋଲିସ କମିଶନଙ୍କ ଚେତାବନୀ: ଟ୍ବିନ୍‌ସିଟିରେ ବୁଲିବ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍‌ ଡ୍ରାଇଭ୍‌, ଅମାନୀୟା ହେଲେ ବନ୍ଧା ହେବେ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନାର କୋପ କମିଥିଲେ ରଜ ସମୟରେ କଟକ-ଭୁବନେଶ୍ୱରରେ ସହରାଂଚଳରେ ଭିଡ ନକରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ବା ଦୋକାନ ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କରୁଛି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବ । ରଜ ପାଇଁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସ୍ପେଶାଲ୍‌ ଡ୍ରାଇଭ୍‌ ଆରମ୍ଭ କରାଯାଇଛି ବୋଲି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ରଜ ପାଇଁ ଆମିଷ ଦୋକାନରେ ଭିଡ଼ କରନ୍ତୁନି । ସାମାଜିକ ଦୂରତ୍ୱ ରଖନ୍ତୁ । ଦୋକାନୀମାନେ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନରେ ସାମାଜିକ ଦୂରତ୍ୱ ନଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ଉକ୍ତ ଦୋକାନକୁ ସିଲ୍‌ କରାଯିବ । ଆବଶ୍ୟକ ପଡ଼ିଲେ ଦୋକାନୀ ଗିରଫ ହେବେ । ଅତ୍ୟନ୍ତ ଆବଶ୍ୟକତା ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଟିକା ପାଇଁ ମଧ୍ୟ ମନଇଚ୍ଛା ଯାଆନ୍ତୁନି । ସ୍ଲଟ ବୁକିଂ ଟାଇମ ଅନୁସାରେ ଯାଆନ୍ତୁ ବୋଲି କହିଛନ୍ତି କମିଶନର ।

Get real time updates directly on you device, subscribe now.