fbpx
BSKY
BJD YOUTH SKY
BJD MS SKY

ସିନେ ପ୍ରେମୀଙ୍କ ପାଇଁ ଖୁସିର ଖବର, ନିର୍ମାଣ ହେବ RRR2, କାହାଣୀ ଉପରେ ଚାଲିଛି କାମ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ RRR2 ୨୦୨୨ର ସବୁଠୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ। ବକ୍ସ ଅଫିସରେ ବ୍ଲକବଷ୍ଟର ରହିବା ସହିତ ଫିଲ୍ମ ଭାରତରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହାର ବିଶ୍ଵବ୍ୟାପୀ ଆୟ ୧୧୦୦ କୋଟିରୁ ଅଧିକ ରହିଛି। କେବଳ ହିନ୍ଦୀ ଭାଷାରେ ହିଁ ଫିଲ୍ମ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିଛି। ସମସ୍ତ ବଲିଉଡ ଫିଲ୍ମକୁ ପଛରେ ପକାଇ ଦେଇଛି ଆରଆରଆର। ଆଉ ସିନେ ଦର୍ଶକଙ୍କ ପାଇଁ ଖୁସିର ଖବର ଯେ, ମାଷ୍ଟର ଫିଲ୍ମ ନିର୍ମାତା ଏସ ଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ଵିତୀୟ ଭାଗ ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

RRR2ର ଓସ୍କାର କ୍ୟାମ୍ପେନ ଆରମ୍ଭ ହୋଇ ସାରିଛି ଏବଂ ରାଜାମୌଲୀ ସଂପ୍ରତି ସମଗ୍ର ଦୁନିଆରେ ନିଜ ଫିଲ୍ମର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିକଟରେ ଚିକାଗୋରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜାମୌଲୀ RRR2 ସଂପର୍କିତ ଏକ ବଡ ସୂଚନା ଦେଇଛନ୍ତି। ନିଜ ଫିଲ୍ମର ସିକ୍ଵେଲ ନିର୍ମାଣ ବିଷୟରେ ରାଜାମୌଲୀ କହିଛନ୍ତି, ମୋ ପିତା ହିଁ ମୋର ସମସ୍ତ ଫିଲ୍ମର କାହାଣୀ ଲେଖକ। ତାଙ୍କ ସହ ମୋର ଆଲୋଚନା ହୋଇଛି ଏବଂ ସେ କାହାଣୀ ଲେଖା ଆରମ୍ଭ କରି ଦେଲେଣି।
ରାଜାମୌଲୀଙ୍କ ପିତା କେଭି ବିଜୟେନ୍ଦ୍ର ପ୍ରସାଦ ହିଁ ଇଗା, ବାହୁବଳୀ, ମଗଧିରା ଏବଂ ଆରଆରଆର ପରି ଫିଲ୍ମ ଲେଖିଛନ୍ତି ଏବଂ ଦେଶର ଖ୍ୟାତାନାମା ସିନେ ଲେଖକଙ୍କ ମଧ୍ୟରୁ ସେ ଅନ୍ୟତମ। ଯଦି ସେ ଆରଆରଆର ୨ର କାହାଣୀ ଉପରେ କାମ କରିବା ଆରମ୍ଭ କରିଛନ୍ତି, ତେବେ ସିନେ ପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ରୂପେ ବଡ ଖବର।

କିଛି ସମୟ ପୂର୍ବରୁ ଏକ ଆଲୋଚନାରେ RRR2ର ଦୁଇ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆର କହିଥିଲେ, ଉଭୟ RRR2 ପାଇଁ ପୁଣି ଥରେ କାମ କରିବାକୁ ଚାହୁଛନ୍ତି। ଏପରିକି ଜୁନିୟର ଏନଟିଆର ଏକ ଇଭେଣ୍ଟରେ କହିଥିଲେ ଯେ, ରାଜାମୌଲୀ ସାରଙ୍କୁ RRR2 ନିର୍ମାଣ କରିବାକୁ ପଡିବ। ଏହି କାହାଣୀର ଏକ ନିଷ୍କର୍ସ ବାହାରିବା ଉଚିତ୍। ଆଉ ଏବେ ରାଜାମୌଲୀ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ, RRR2 ନିର୍ମାଣ ହେବାକୁ ଯାଉଛି।

Get real time updates directly on you device, subscribe now.