fbpx
BSKY SKY
BSKY SKY

ବିବାହ ବିଚ୍ଛେଦ ମଧ୍ୟରେ ସାନିଆ- ଶୋଏବଙ୍କ ବଡ ଘୋଷଣା: କହିଲେ ଆମେ…

BSKY

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡି ଆଗାମୀ ଦିନରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଭାରତୀୟ ଟେନିସ୍ ତାରକା ସାନିଆ ଏବଂ ତାଙ୍କ ସ୍ୱାମୀ ଶୋଏବ ଏକ ଟକ୍ ‘ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିସହିତ ଦୁହେଁ ତାଙ୍କ ‘ଶୋ’ ର ନାମ ‘ମିର୍ଜା ମିଲିକ ଶୋ’ ରଖିଥିବା ଘୋଷଣା କରିଛନ୍ତି । ତେବେ ଏହି ‘ଶୋ’ର ପୋଷ୍ଟର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ ଶୋଏବ -ସାନିଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ସାନିଆଙ୍କୁ ଶୋଏବ ଧୋକା ଦେଇଥିବା କୁହାଯାଉଛି । ଏପରିକି ସାନିଆ ଓ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହା ଦାବି କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇସାରିଛି, କେବଳ ଏହି ଖବର ଘୋଷଣାକୁ ଅପେକ୍ଷା ରହିଛି । ଏତତ୍ ବ୍ୟତୀତ ପାକିସ୍ତାନ ମିଡିଆରେ ମଧ୍ୟ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏହି ଘଟଣା ନେଇ ଉଭୟ ସାନିଆ ଏବଂ ଶୋଏବଙ୍କ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇ ନାହିଁ । ଏଥିସହିତ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଭୟେ ଚୁପ୍ ରହିଛନ୍ତି । ତେବେ ଟକ୍‌ ‘ଶୋ’ରେ ଉଭୟଙ୍କ ସମ୍ପର୍କରେ ଉଠିଥିବା ଝଡ଼ ନେଇ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଶୋଏବ ମାଲିକଙ୍କ ବନ୍ଧୁଙ୍କ ପାଇଁ ବିବାହ ବିଚ୍ଛେଦ ଚର୍ଚ୍ଚା :

ଶୋଏବ-ସାନିଆଙ୍କ ବିବାହ ବିଚ୍ଛେଦ ପାଇଁ ଶୋଏବଙ୍କ ବନ୍ଧୁ ଅର୍ଥାତ୍ ଜଣେ ପାକ୍ ଅଭିନେତ୍ରୀ ଦାୟୀ ବୋଲି ଶୁଣିବାକୁ ମିଳୁଛି । ତେବେ ପାକିସ୍ତାନର ହାଇଏଷ୍ଟ ପେୟାଡ୍ ଅଭିନେତ୍ରୀ ଆୟେସା ଓମାର ହେଉଛନ୍ତି ଶୋଏବ ମଲ୍ଲିକଙ୍କ ଘନିଷ୍ଠ ବନ୍ଧୁ । କୁହାଯାଉଛି ଯେ, ଆୟେସାଙ୍କ ପାଇଁ ହିଁ ଏହି ଦମ୍ପତିଙ୍କ ୧୨ ବର୍ଷର ସମ୍ପର୍କରେ ପୁର୍ଣ୍ଣଛେଦ ପଡିବାକୁ ଯାଉଛି । ତେବେ ପ୍ରାୟ ବର୍ଷକ ତଳେ କ୍ରିକେଟର ଶୋଏବ ଓ ପାକ୍ ଅଭିନେତ୍ରୀ ଆୟେସା ଏକ ବୋଲ୍ଡ ଫୋଟ ସୁଟରେ ନଜର ଆସିଥିଲେ । ଏହାପରେ ଉଭୟ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଥିଲା । ଯେଉଁ କାରଣରୁ ଶୋଏବ -ସାନିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ଏହି ଦମ୍ପତୀ ପରସ୍ପରକୁ ଛାଡପତ୍ର ଦେଇଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.