fbpx

ପୋଲସରା ବିଲରେ ମିଳିଛି ହାତୀମୃତ ଦେହ

ଗଞ୍ଜାମ: ରାଜ୍ୟରେ ହାତୀ ମାନଙ୍କ ତାଣ୍ଡବ ପ୍ରାୟତଃ ଦେଖିବାକୁ ମିଳୁଛି । ନିକଟରେ କିଛି ହାତୀ ମହୁଲପୋଚ ଖାଇ ଜଙ୍ଗଲରେ ଶୋଇପଡ଼ିଥିଲେ । ସ୍ଥାନୀୟ ଲୋକମାନେ ହୋହାଲା କରି ତାଙ୍କୁ ଜାଗ୍ରତ କରିଥିଲେ । ସେହିପରି ହାତୀ ମାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାଇ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି । ଏହି ମୃତ ହାତୀଟି ବୁଗୁଡା ପାଙ୍ଗିଡି ପଂଚାୟତର ବେଲପଡା ଗାଁରେ ଥିବା ଏକ ବିଲରେ ଠାବ କରାଯାଇଛି । ମୃତ୍ୟୁ ପଛରେ କଣ କାରଣ ରହିଛି, ତାହା ଅସ୍ପଷ୍ଟ ରହିଛି ।

ତେବେ ମୃତହାତୀର ଶବକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗ ସହ ଯୋଗାଯୋଗ କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତହାତୀ ପାଖରେ ପହଁଚି ନାହିଁ ।

Get real time updates directly on you device, subscribe now.