fbpx
BSKY
BJD MC SKY
BJD YOUTH SKY

IFS ସ୍ତରରେ ଅଦଳବଦଳ କଲେ ରାଜସ୍ଥାନ ସରକାର, ୭ ଜଣଙ୍କୁ ଅତିରିକ୍ତ କାର୍ଯ୍ୟଭାର ଦାୟିତ୍ୱ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଭାରତୀୟ ବନ ସେବା(IFS ) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହା ଅନ୍ତର୍ଗତ ୪୪ ଅଧିକାରୀଙ୍କ ସ୍ଥାନାନ୍ତର ସହିତ ୭ ଜଣ IFS ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ୩ଟି ଟ୍ରାନ୍ସଫର ତାଲିକା ପ୍ରକାଶ କରିଥିଲେ । କିନ୍ତୁ IFS ଅଧିକାରୀଙ୍କ ଏହା ପ୍ରଥମ ଟ୍ରାନ୍ସଫର ତାଲିକା । ସମସ୍ତ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟଭାର ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ବନ ସେବାରେ ଏହି ୭ ଜଣଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି-
୧. ଶିଖା ମେହେର, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରଶାସନ, ଜୟପୁର
୨. ଉଦୟ ଶଙ୍କର ଅତିରିକ୍ତ ପ୍ରଧାନ, ମୁଖ୍ୟ ସଂରକ୍ଷକ କ୍ୟାମ୍ପସ, ଜୟପୁର
୩. କେସିଏ ଅରୁଣ ପ୍ରସାଦ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଜୟପୁର
୪. ଶୈଲେଜା ଦେୱଲ ମୁଖ୍ୟ ବନ ସଂରକ୍ଷକ ସିଲଭିକଲ୍‌ଚରାଲ, ଜୟପୁର
୫. ସୁପାଙ୍ଗ ଶଶି ମୁଖ୍ୟ ବନ ସଂରକ୍ଷକ ବନାସ ନଦୀ ପ୍ରକଳ୍ପ ଜୟପୁର
୬. ମନାଲୀ ସେନ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମ୍ଭର ହ୍ରଦ ପରିଚାଳନା ଏଜେନ୍ସୀ ଏବଂ ସଦସ୍ୟ ସଚିବ ରାଜ୍ୟ ୱେଟ୍‌ଲ୍ୟାଣ୍ଡ(ଆଦ୍ର ଭୂମି) ପ୍ରାଧିକରଣ, ଜୟପୁର
୭. ମହେନ୍ଦ୍ର କୁମାର ଶର୍ମା ବନ ସଂରକ୍ଷକ ଏଂ କ୍ଷେତ୍ର ନିଦେଶକ ସରିସ୍କା ବାଗ୍ ପ୍ରକଳ୍ପ ଅଲୱାର

ସେହିପରି ୪୪ ଜଣ ଆଇଏଫ୍‌ଏସ୍ ଅଧିକାରୀଙ୍କ ତାଲିକାରେ ଅରିନ୍ଦମ ତୋମାର, ସୁଶ୍ରୀ ଶିଖା ମେହେରା, ଉଦୟ ଶଙ୍କର, ରାଜେଶ କୁମାର ଗୁପ୍ତା, ରାଜୀବ ଚତୁର୍ବେଦୀ, ଅନୁପ କେ. ଆର, ସୁଦୀପ କୌର, ମୋନାଲି ସେନଙ୍କ ସମେତ ଅନ୍ୟ ବିଶିଷ୍ଟ ଆଇଏଫ୍‌ଏସ୍ ଅଧିକାରୀଙ୍କ ନାମ ସାମିଲ ଅଛି ।

Get real time updates directly on you device, subscribe now.