fbpx
BJD SKY
BJD SKY

Pink Promise ପୂରା କରିବ ରାଜସ୍ଥାନ… ଛକା ଅନୁସାରେ ୭୮ ଘରେ ଲାଗିବ ସୋଲାର ପ୍ୟାନେଲ

BJD

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ମ୍ୟାଚରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ୬ ୱିକେଟରେ ମାତ୍ ଦେଇଛି ରାଜସ୍ଥାନ ରୋୟଲ୍ସ । ଏହି ମ୍ୟାଚରେ ଉଭୟ ଦଳ ତରଫରୁ ମୋଟ ୧୩ଟି ଛକା ଦେଖିବାକୁ ମିଳିଛି । ତେବେ ବେଙ୍ଗଲୁରୁ ୭ଟି ଛକା ମାରିଥିବା ବେଳେ ରାଜସ୍ଥାନ ୬ଟି ଛକା ମାରିବାରେ ସଫଳ ହୋଇଛି । ତେବେ ରାଜସ୍ଥାନ ରୋୟଲ୍ସ ନିଜର ‘ପିଙ୍କ ପ୍ରୋମିଜ’ ଅନୁସାରେ ମୋଟ ୭୮ଟି ଘରେ ସୋଲାର ପ୍ୟାନେଲ ଲଗାଇବ । ୧୩ଟି ଛକା ପାଇଁ ଦଳ ୭୮ ରନ୍ ପାଇଥିବା ବେଳେ ୭୮ଟି ପରିବାରକୁ ସୋଲାର ପ୍ୟାନେଲ ଯୋଗାଇବ ରାଜସ୍ତାନ ରୋୟଲ୍ସ ଫ୍ରାଞ୍ଚାଇଜି । ତେବେ ଆସନ୍ତୁ ଜାଣିବା ରାଜସ୍ଥାନର ଏହି ପିଙ୍କ ପ୍ରୋମିଜ କ’ଣ?

ରାଜସ୍ଥାନ ରୋୟଲ୍ସ ଆଇପିଏଲର ଏହି ସିଜନରେ ଏକ ଅଭିଯାନ ଆରମ୍ଭ କରିଛି । ଏହାକୁ ପିଙ୍କ ପ୍ରୋମିଜ ନାମ ଦିଆଯାଇଛି । ଶନିବାର ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ରାଜସ୍ଥାନର ଏହି ଅଭିଯାନରେ ସାମିଲ ହୋଇଥିଲା । ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ମହିଳାଙ୍କୁ ଏହି ମ୍ୟାଚରେ ଏଣ୍ଟ୍ରି ପ୍ରଦାନ କରାଯାଇଛି । ତେବେ ଏହାପୂର୍ବରୁ ରାଜସ୍ଥାନ ଆଉ ଏକ ଘୋଷଣା କରିଥିଲା ଯେ, ଏହି ମ୍ୟାଚରେ ଯେତେ ଛକା ଲାଗିବ, ଏହାର ରନ୍ ଅନୁସାରେ ସେତିକି ଘରେ ସୋଲାର ପ୍ୟାନେଲ ଯୋଗାଇ ଦିଆଯିବ ।

ରାଜସ୍ଥାନ-ବେଙ୍ଗଲୁରୁ ମ୍ୟାଚରେ ମୋଟ ୧୩ଟି ଛକା ମାରିଛନ୍ତି ଉଭୟ ଦଳର ଖେଳାଳି । ତେଣୁ ଅନୁସାରେ, ବର୍ତ୍ତମାନ ମୋଟ ୭୮ଟି ଘରେ ସୋଲାର ଏନର୍ଜୀ ସୁବିଧା ଯୋଗାଇଦେବ ରାଜସ୍ଥାନ ରୋୟଲ୍ସ । ରାଜସ୍ଥାନରେ ଗ୍ରାମୀଣ ଅଞ୍ଚଳର ମହିଳାଙ୍କୁ ସଶକ୍ତିକରଣ କରାଇବା ପାଇଁ ଦଳ ‘ପିଙ୍କ ପ୍ରୋମିଜ’ ଅଭିଯାନର ଶୁଭାରମ୍ଭ କରିଛି । ତେବେ ବର୍ତ୍ତମାନ ଏହି ମ୍ୟାଚର ଛକାରେ ହୋଇଥିବା ରନ୍ ହିସାବରେ ୭୮ ଘରେ ସୋଲାର ପ୍ୟାନେଲ ବ୍ୟବସ୍ଥା କରିବ ରାଜସ୍ଥାନ । ଏ ନେଇ ରାଜସ୍ଥାନ ରୋୟଲ୍ସର ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦିଆଯାଇଛି ।

ଭାରତ ସରକାର ମଧ୍ୟ ସୌରଶକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏହା ଉପରେ ଏକ ଭଲ ସବସିଡି ଦିଆଯାଉଛି । ଆଇପିଏଲରେ ଅନେକ ଦଳ ଏଭଳି ପଦକ୍ଷେପ ନେଉଥିବାର ଦେଖାଯାଉଛି । ଆରସିବି ମଧ୍ୟ ଆଇପିଏଲରେ ଗୋ ଗ୍ରୀନ୍ ପଦକ୍ଷେପ ଚଳାଉଥିବା ବେଳେ ଦିଲ୍ଲୀ ରାଜଧାନୀ ନିଜସ୍ୱ ଉଦ୍ୟମ ସହିତ ଏକ ମ୍ୟାଚ୍ ଖେଳୁଛି। ଏହା ବ୍ୟତୀତ, ଆଇପିଏଲ୍ ତରଫରୁ ମଧ୍ୟ ପ୍ଲେ ଅଫ୍ ସମୟରେ, ଏପରି ଏକ ପଦକ୍ଷେପ ଆରମ୍ଭ ହୋଇଛି ଯେ ପ୍ରତ୍ୟେକ ଡଟ୍ ବଲ୍ ପାଇଁ ଚାରା ରୋପଣ ପାଇଁ ଘୋଷଣା କରାଯାଇଥାଏ ।

Get real time updates directly on you device, subscribe now.