fbpx

(Video) “ରାଜବୀର ବାପା ମା ଡ୍ରାମା କରୁଛନ୍ତି ,ରାଜବୀରକୁ ଟଙ୍କା ଦେଇ ଟଙ୍କା ନଷ୍ଟ କରନ୍ତୁନି”ଦେବବ୍ରତ ଷଡଙ୍ଗୀ

ଭୁବନେଶ୍ୱର: ୧୯ ମାସର ଶିଶୁ ରାଜବୀର ଚିକିତ୍ସା ପାଇଁ ଦରକାର ୧୬ କୋଟି ଟଙ୍କା । ଆଉ ଏଥିପାଇଁ ଜନସାଧାରଣଙ୍କୁ ସାହାଯ୍ୟ ଲୋଡ଼ିଥିଲେ ତାଙ୍କର ପିତା ମାତା । କିନ୍ତୁ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ରାଜବୀରଙ୍କ ପିତାମାତାଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଥିଲା । ଭିଡିଓରୁ ପ୍ରତୀୟମାନେ ହେଉଥିଲା ଯେପରି ଉଭୟ ଟଙ୍କା ଯୋଗାଡ଼ ପରେ ଏବେ ସେହି ଟଙ୍କାଙ୍କୁ ମଜା ମଜଲିସରେ ଉଡ଼ାଇ ଦେଇଛନ୍ତି ।

ତେବେ ଏହି ଭିଡିଓକୁ ନେଇ ରାଜବୀରଙ୍କ ମା’ ଅଭିଯୋଗ କରିଥିଲେ ଯେ ଏହି ଭିଡିଓ ପୁରୁଣା ଭିଡିଓ ଏବଂ ଏହାକୁ ଦେବବ୍ରତ ଷଡ଼ଙ୍ଗୀ ନାମକ ଜଣେ ଯୁବକ ଆମକୁ ହାରାସମେଣ୍ଟ କରିବାକୁ ଭାଇରାଲ କରିଥିବାନେଇ କହିଥିଲେ । ଏହାରି ମଧ୍ୟରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ଦେବବ୍ରତ ଷଡ଼ଙ୍ଗୀ । ସେ କହିଛନ୍ତି ରାଜବୀରର ବାପା ମା ଟଙ୍କା ହଡ଼ପ କରୁଛନ୍ତି । ଭୁଲ କାମରେ ପବ୍ଲିକଙ୍କ ଟଙ୍କାକୁ ବରବାଦ କରୁଛନ୍ତି, ତାଙ୍କ ସହ ଆହୁରି କିଛି ଦଲାଲ ଅଛନ୍ତି ଏବଂ ଏମାନେ ସମସ୍ତେ ଏହି ଟଙ୍କାକୁ ଚଳୁ କରିବାକୁ ବସିଛନ୍ତି । ତେଣୁ ମୁଁ ଅନୁରୋଧ କରୁଛି ରାଜବୀରଙ୍କ ବାପା ମା’ଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାନ୍ତୁ ନାହିଁ, ବରଂ ସରକାରଙ୍କ ପାଖରେ ରାଜବୀର ଚିକିତ୍ସା ପାଇଁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି ସମାଜସେବୀ ଦେବବ୍ରତ ଷଡ଼ଙ୍ଗୀ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.