fbpx

IOAରେ ରାଜନାଥ ସିଂହଙ୍କ ପୁଅଙ୍କ ଏଣ୍ଟ୍ରି, ନରିନ୍ଦର ବାତ୍ରାଙ୍କ ବିରୋଧରେ ଲଢିବେ ନିର୍ବାଚନ !

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ତଥା ଗୌତମବୁଦ୍ଧ ନଗରରୁ ବିଧାୟକ ପଙ୍କଜ ସିଂହ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ସଭାପତି ପଦରେ ନିର୍ବାଚନ ଲଢି ପାରନ୍ତି । ପଙ୍କଜ ପୂର୍ବରୁ ଫେସିଂ ଆସୋସିଏସନ ଅଫ ଇଣ୍ଡିଆ(ଏଫଏଆଇ)ର ଅଧ୍ୟକ୍ଷ ଅଛନ୍ତି । ତାଙ୍କୁ ଚଳିତ ଅଗଷ୍ଟ ମାସରେ ନିଦ୍ୱର୍ନ୍ଦରେ ଅଧକ୍ଷ ଭାବେ ଚୟନ କରାଯାଇଥିଲା । ଏମିତିରେ ଆଇଓଏ ନିର୍ବାଚନ ସଂପ୍ରତି ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି । ହାଇକୋର୍ଟ ରାହୁଲ ମେହରାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରୁଛନ୍ତି ।

ଦିଲ୍ଲୀ ହାଇକୋର୍ଟ ଓକିଲ ରାହୁଲ ମେହରାଙ୍କ ଆବେଦନ ଉପରେ ଶୁଣାଣି କରି ଭାରତୀୟ ଅଲିମ୍ପିକ୍ସ ସଂଘର କାର୍ଯ୍ୟକାରୀ ସମିତିର ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି । ମେହରା ନିଜ ଆବେଦନରେ ଡିସେମ୍ବର ୧୯ରେ ହେବାକୁ ଥିବା ନିର୍ବାଚନ ସଂପୂର୍ଣ୍ଣ ଅବୈଧ ଦର୍ଶାଇଛନ୍ତି । ତେଣୁ ଶୁଣାଣି ପୂରା ହେବା ପର୍ଯ୍ୟନ୍ତ ନିର୍ବାଚନ ଉପରେ ରୋକ୍ ଲଗାଯାଉ । ଏହାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଆଇଓଏର ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି ।
ଆଇଓଏର ଅଧ୍ୟକ୍ଷ ପଦରେ ବର୍ତ୍ତମାନ ନିରନ୍ଦର ଧ୍ରୁବ ବାତ୍ରା ରହିଛନ୍ତି । ରାଜୀବ ମେହଟ୍ଟା ସଂଘର ସାଧାରଣ ସଂପାଦକ ଅଛନ୍ତି । ବାତ୍ରା ଏବଂ ମେହଟ୍ଟାଙ୍କ ମଧ୍ୟରେ ସଂପର୍କ ଆଦø ଭଲ ନାହିଁ । ତେଣୁ ମେହଟ୍ଟା ଚାହାନ୍ତି ପଙ୍କଜ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢନ୍ତୁ । କାରଣ ମେହଟ୍ଟା ଏହି ପଦରେ ନିର୍ବାଚନ ଲଢିବାକୁ ଯୋଗ୍ୟ ନୁହନ୍ତି । ତାଙ୍କୁ ପ୍ରଥମେ ଚାରି ବର୍ଷର କୁଲିଂ ଅଫ ପିରିୟଡରେ ରହିବାକୁ ପଡିବ ।

ପଙ୍କଜ ସିଂହ ୨୦୧୭ରେ ବିଧାନସଭା ନିର୍ବାଚନରେ ପ୍ରଥମ ଥର ବିଜୟୀ ହୋଇଥିଲେ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ବିଜେପିର ସାଧାରଣ ସଂପାଦକ ଅଛନ୍ତି । ଏବେ ପଙ୍କଜ ସିଂହ ନିର୍ବାଚନ ଲଢିବେ ବାତ୍ରାଙ୍କୁ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡିପାରେ ।

 

Get real time updates directly on you device, subscribe now.