fbpx
BJD SKY
BJD SKY

ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା…, ବିରାଟଙ୍କ କୋଚଙ୍କ ଅସନ୍ତୋଷ ଉପରେ ଗାଙ୍ଗୁଲିଙ୍କ ଜବାବ

BJD

ନୂଆଦିଲ୍ଲୀ : ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରାଯାଇଛି । ଏହାକୁ ନେଇ କ୍ରମାଗତ ଅନେକ ଅନେକ ନୂତନ କଥା ସାମ୍ନାକୁ ଆସୁଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ସଫେଇ ଦେବାକୁ ପଡିଛି ଯେ, କାହିଁକି ରୋହିତ ଶର୍ମାଙ୍କ ଦିନିକିଆ ଦଳର ଅଧିନାୟକ କରାଗଲା ।

କ୍ରିକେଟ୍ ନେକ୍ସଟ୍ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ଗାଙ୍ଗୁଲି ପୁଣି ଥରେ ଏହି ମାମଲା ଉପରେ ନିଜର ରାୟ ରଖିଛନ୍ତି । ଏହା ପୂର୍ବରୁ ବିରାଟ କୋହଲିଙ୍କ ପିଲା ବେଳର କୋଚ୍ ରାଜକୁମାର ଶର୍ମା ଗାଙ୍ଗୁଲିଙ୍କ ପ୍ରଥମ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ ମୁତାବକ ଚୟନକର୍ତ୍ତାଙ୍କୁ ପ୍ରଥମ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେବା ଉଚିତ୍ ।

ସେ କହିଛନ୍ତି, ଚୟନ କମିଟି ନିଜ ନିଷ୍ପତ୍ତି ପଛରେ କୌଣସି କାରଣ ମଧ୍ୟ ଦର୍ଶାଇ ନାହାନ୍ତି । ଆମକୁ ଜଣା ନାହିଁ ଦଳ ପ୍ରବନ୍ଧକ, ବିସିସିଆଇ ଓ ଚୟନକର୍ତ୍ତା କଣ ଚାହାନ୍ତି । କୌଣସି ସ୍ପଷ୍ଟୀକରଣ ନମିଳିବାର ଅର୍ଥ ଚୟନ କମିଟିର ନିଷ୍ପତ୍ତିରେ ପାରଦର୍ଶିତା ନାହିଁ । ଏହା ଯେଉଁଭଳି ପ୍ରକାରେ ଘଟିଛି ତାହା ଦେଖିଲେ ଦୁଃଖ ଲାଗୁଛି । ଦିନିିକିଆରେ କୋହଲି ଦଳର ସଫଳ ଅଧିନାୟକ ଥିଲେ ବୋଲି କୋହଲିଙ୍କ ପିଲାବେଳର କୋଚ୍ କହିଛନ୍ତି ।

ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା

ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ପୂର୍ବ ଅଧିନାୟକ ପରି ରୋହିତ ଶର୍ମା ସଫଳ ହେବେ ? ଏହାର ଉତ୍ତରରେ ଦାଦା କହିଛନ୍ତି, ନିଃସନ୍ଦେହ, ଏଥିପାଇଁ ଚୟନକର୍ତ୍ତା ତାଙ୍କୁ ସମର୍ଥନ କରିଛନ୍ତି । ରୋହିତ ଭଲ କରିବାକୁ ସର୍ବଦା ରାସ୍ତା ଖୋଜିଥାନ୍ତି ଏବଂ ମୋତେ ବିଶ୍ୱାସ ସେ ଏମିତି କରିବେ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କ ରେକର୍ଡ ଦମଦାର ରହିଛି ।

ସେ କହିଛନ୍ତି, ରୋହିତ ପାଞ୍ଚ ଥର ଆଇପିଏଲ ଟାଇଟଲ୍ ଜିତି ସାରିଛନ୍ତି । ସେ କିଛି ବର୍ଷ ପୂର୍ବେ ଏସିଆ କପରେ ଦଳର ନେତୃତ୍ୱ ନେଇଥିଲେ । ଭାରତ ଚାମ୍ପିଅନ ହୋଇଥିଲା, ସେ ପୁଣି କୋହଲିଙ୍କ ବିନା । ବିରାଟଙ୍କ ବିନା ଟ୍ରଫି ଜିତିବା ଏହା ଦର୍ଶାଇଥାଏ ଯେ, ଦଳ କେତେ ମଜବୁତ ରହିଛି । ରୋହିତଙ୍କୁ ବଡ ଟୁର୍ଣ୍ଣାମେଣ୍ଟରେ ସଫଳତା ମିଳିଛି । ଆଶା କରୁଛୁ ଏଥିରୁ ସେ ଅଧିକ ସଫଳତା ହାସଲ କରିବେ ବୋଲି ବିସିସିଆଇ ଅଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.