fbpx

ବୀର ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବନି: ରାଜନାଥ

ନୂଆଦିଲ୍ଲୀ, ୧୭ା୬: ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ଆମର ଯବାନମାନେ ଅଦଭୁତ ସାହାସ ଦେଖାଇଛନ୍ତି । ବୀର ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବନି । ଏହାସହ ୨୦ଯବାନଙ୍କ ପ୍ରାଣହାନୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ରାଜନାଥ କହିଛନ୍ତି । ଯବାନଙ୍କ ବୀରତ୍ୱକୁ ନେଇ ଦେଶ ଗର୍ବିତ । ଯବାନଙ୍କ କାନ୍ଧ ସହ କାନ୍ଧ ମିଳାଇ ଛିଡ଼ା ହୋଇଛି ଦେଶ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.