fbpx
BSKY
BJD SHG SKY
BJD YOUTH SKY

ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ଫେବୃଆରୀ ୨୭ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ନେଇ ମୁଖ୍ୟ
ନିର୍ବାଚନ କମିଶନରଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୩ ତାରିଖରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଫାଙ୍କା ପଡ଼ୁଥିବା ୩ଟି ଆସନରେ ନିର୍ବାଚନ ହେବ । ଫେବୃଆରୀ ୮ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ।

ଫେବୃଆରୀ ୧୫ ସୁଦ୍ଧା ପ୍ରାର୍ଥୀମାନେ ନାମଙ୍କନ ପତ୍ର ଦାଖଲ କରିପାରିବେ । ଫେବୃଆରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଫେବୃଆରୀ ୨୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ପେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବା ସହ ଫଳାଫଳ ପ୍ରକାଶ ପାଇବ । ତେବେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଖ୍ୟା ଦୃଷ୍ଟିରୁ ଫାଙ୍କା ହେବାକୁ ଥିବା ୩ ଆସନ ବିଜେଡି ଖାତାକୁ ଆସିବ । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଟିକେଟରୁ ବଞ୍ଚିତ ହେବାକୁ ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିପାରେ । ନଚେତ୍ କିଛି ବରିଷ୍ଠ ନେତାଙ୍କୁ ଦଳ ଦିଲ୍ଲୀ ପଠାଇପାରେ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନବୀନ । ତେଣୁ ଏଥର ନବୀନ ଯେ, କୌଣସି ସରପ୍ରାଇଜ କାର୍ଡ ଖେଳିବେନି ତାହାର ଆକଳନ କରିବା ବେଶ କଷ୍ଟକର ।

Get real time updates directly on you device, subscribe now.