fbpx

ଆଜି ହେଉଛି ପବିତ୍ର ରାକ୍ଷୀପୂର୍ଣ୍ଣିମା: ଜାଣନ୍ତୁ ଥାଳିରେ କ’ଣ କ’ଣ ରଖିବେ?

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନ ପର୍ବ ହେଉଛି ଭାଇ ଓ ଭଉଣୀଙ୍କର ପର୍ବ । ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଭଦ୍ରାକାଳ ଲଗ୍ନ ଯୋଗୁଁ ଏଥର ରକ୍ଷାବନ୍ଧନ ୩୦ ଏବଂ ୩୧ ଅଗଷ୍ଟରେ ପାଳନ କରାଯିବ । ରକ୍ଷା ବନ୍ଧନ ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟର ପର୍ବ ଅଟେ । ଏହି ଦିନ ଭଉଣୀମାନେନିଜ ଭାଇର ହାତରେ ରାକ୍ଷୀ ବାନ୍ଧିଥାଆନ୍ତି ଏବଂ ଭାଇ ତାର ଭଉଣୀକୁ ସୁରକ୍ଷାଦେବାକୁ ପ୍ରତିଜ୍ଞା କରିଥାଏ । ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଛି ।

କିନ୍ତୁ ରକ୍ଷାବନ୍ଧନ ବିଷୟରେ ଅନେକ ଭଉଣୀମାନେ ଜାଣିନଥିବେ କିଭଳି ରାକ୍ଷୀ ଥାଳିରେ କେଉଁ ଜିନିଷ ରଖିବା ଉଚିତ୍ । ତେବେ ଜଣିନିଅନ୍ତୁ.. ।

– ଯଦି ତୁମେ ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଛ, ତେବେ ସର୍ବପ୍ରଥମେ ତୁମେ ରାକ୍ଷୀ ପ୍ଲେଟକୁ ସଜାଇବା ଉଚିତ୍ । ଯେ କି ଏକ ରୂପା ଥାଳି ନେବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

– ଯଦି ଆପଣଙ୍କ ଘରେ ରୂପା ଥାଳି ନାହିଁ, ତେବେ ଏକ ପିତ୍ତଳ ଥାଳି ନେଇ ସେଥିରେ ଓମ୍ କିମ୍ବା ସ୍ୱସ୍ତିକ୍ଚି ହ୍ନ ତିଆରି କରନ୍ତୁ । ଏହା ପରେ ସିନ୍ଦୁର, ଚନ୍ଦନ, ତିଲକ, ଦହି ରଖନ୍ତୁ ଏବଂ ଏକ ଦୀପ ଲଗାନ୍ତୁ । ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

– ପ୍ରଥମେ ଭାଇର ମସ୍ତରେ ସିନ୍ଦୁର, ତିଲକ ଲଗାଇ ଏହା ପରେ ଭାଇର ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତୁ, ନମସ୍କାର କରନ୍ତୁ । ଭାଇକୁ ମିଠା ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା କେବଳ ଭାଇର ଦୀର୍ଘାୟୁ ହୋଇନଥାଏ, ଯେକୌଣସି ପ୍ରକାର ସଂକଟରୁ ମୁକ୍ତି ପାଇଥାଏ ।

Get real time updates directly on you device, subscribe now.