fbpx

ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଜଗତର ଚୂଲୁବୁଲି ନାୟିକା ରାକୁଲ୍ ପ୍ରୀତ ସିଂହ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଜଗତର ଚୂଲୁବୁଲି ନାୟିକା ରାକୁଲ୍ ପ୍ରୀତ ସିଂହ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଥିବା ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ସେ ବିବାହ କରିଛନ୍ତି। ଆଜି ଗୋଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ତେବେ ବିବାହରେ ଯୋଗ ଦେବାକୁ ଥିବା ପରିବାର ଲୋକ ଓ ନିକଟତର ବନ୍ଧୁମାନଙ୍କୁ ‌ବିବାହ ମଣ୍ଡପକୁ ଫୋନ ନେଇ ଯିବା ପାଇଁ ଅନୁମତି ନଥିବାରୁ ଏପର୍ୟ୍ୟନ୍ତ ଦୁୁହିଁଙ୍କ ବିବାହର ଫଟୋ ସାମ୍ନାକୁ ଆସିନାହିଁ। କିନ୍ତୁ ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଛନ୍ତି। ଏହା ସହ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ଶେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ ଉପସ୍ଥିତ ଥିବା ଦେଖାଯାଇଥିଲା।

ସୂଚନା ଥାଉକି, ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା। ତେବେ କୁହାଯାଉଛି ଯେ, ଆଉ କିିଛି ସମୟ ପରେ ଉଭୟେ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ବିବାହ ସଂପନ୍ନ ହୋଇଥିବା ବିଷୟରେ ଜଣାଇପାରନ୍ତି।

Get real time updates directly on you device, subscribe now.