fbpx

ଜନ୍ମ ଦିନରେ ନିଜ ପ୍ରେମ ଜୀବନକୁ ନେଇ ଖୁଲାସା କଲେ ରକୁଲ, କହିଲେ ଜ୍ୟାକିଙ୍କୁ କରୁଛନ୍ତି ଡେଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ମିଳୁଛି । ଏହି ଅବସରରେ ସେ ତାଙ୍କ ପ୍ରେମ ଜୀବନକୁ ନେଇ ଏକ ଖୁଲାସା କରିଛନ୍ତି ଏବଂ ତାଙ୍କ ଫ୍ୟାନଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ । ସେ ତାଙ୍କ ପ୍ରେମ ଜୀବନର ଖୁଲାସା କରିବା ସହ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ଫୋଟୋ ସେୟାର କରି ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ କରୁଥିବା ନେଇ ଖବର ଉପରେ ମୋହର ମାରିଛନ୍ତି । ଏହ ସହ ଜ୍ୟାକି ମଧ୍ୟ ରକୁଲ ପ୍ରୀତଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିବା ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଉଭୟ ପ୍ରେମ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.