fbpx
BSKY
BJD SHG SKY
BJD YOUTH SKY

ଅଯୋଧ୍ୟାରେ ଲାଗିବ ଭକ୍ତଙ୍କ ଭିଡ଼, ୨୪ ଜାନୁଆରୀରୁ ପ୍ରତିଦିନ ଦର୍ଶନ କରିବେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠା ହେବା ପରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ଭିଡ଼ ଲାଗିବ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରର ବହୁ ବିଭାଗ ପବିତ୍ର ସହରରେ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟ ମେଶୀନାରୀ ସହ ଲଗାତାର ଯୋଗାଯୋଗରେ କରୁଛନ୍ତିି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୨୪ ଜାନୁଆରୀ ଦିନ ରାମ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲାଯିବା ପରେ ପ୍ରତିଦିନ ୧ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀମାନେ ଅସିବାର ଆଶା ରହିଛି । ତେଣୁ ଏହା ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ।

କେନ୍ଦ୍ରର ବରିଷ୍ଠ ଅଧିକାରୀ ଲଗାତାର ଅଯୋଧ୍ୟ ଗସ୍ତ କରୁଛନ୍ତି ଏବଂ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ତଦାରଖ କରୁଛନ୍ତି । ଯାତ୍ରୀଙ୍କ ସହ ଯୋଗାଯୋଗ ଏବଂ ବୁକିଂ ବୃଦ୍ଧି ହେତୁ ଟୁର୍ ଅପରେଟର ଏବଂ ହୋଟେଲଗୁଡିକ ମଧ୍ୟ ଅନେକ କାର୍ଯ୍ୟ ଭାରର ସମ୍ମୁଖୀନ ହେଉଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଅଯୋଧ୍ୟା ବିଭାଗ କମିଶନର ଗୌରବ ଦିନଲ ସହରରେ ହୋଟେଲ ମାଲିକମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ଉଭୟ ଘରୋଇ ତଥା ବିଦେଶୀ ପରିଦର୍ଶକଙ୍କ ଅସୁବିଧାରେ ରହିବା ପାଇଁ କୋଠରୀଗୁଡ଼ିକୁ ସଜାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଫୈଜାବାଦ ଏବଂ ଅଯୋଧ୍ୟାରେ ୧୦୦ ରୁ ଅଧିକ ହୋଟେଲ ଅଛି, ଯେଉଁଥିରେ ବିଳାସପୂର୍ଣ୍ଣ, ବଜେଟ୍, ସୁଲଭ ତଥା ଅଣ-ମାନ୍ୟତା ପ୍ରାପ୍ତ ଗେଷ୍ଟ ହାଉସ୍ ସହିତ ଧର୍ମଶାଳା, ହୋମଷ୍ଟେସ୍ ଏବଂ ଅତିଥି ରହଣି ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଚାରୋଟି ସରକାରୀ ଗେଷ୍ଟ ହାଉସରେ ସମୁଦାୟ ୩୫ଟି କୋଠରୀ ଅଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପ୍ରାୟ ୫୦ ଟି ଛୋଟ ଗେଷ୍ଟ ହାଉସ୍ ନିର୍ମାଣ ଚାଲିଛି ଏବଂ ନଭେମ୍ବର ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ। ଉତ୍ତରପ୍ରଦେଶ ସରକାର ମଧ୍ୟ ୫୦୦ ରୁ ଅଧିକ ସମ୍ପତ୍ତି ମାଲିକଙ୍କୁ ଅତିଥି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.