ରାମ ନବମୀ କେବେ? ୨୦୨୫ ଏପ୍ରିଲର ଏତିକି ତାରିଖରେ କରାଯିବ ପାଳନ, ଜାଣନ୍ତୁ ପୂଜାର ମୁହୂର୍ତ୍ତ ଏବଂ ମହତ୍ତ୍ୱ
ଜାଣନ୍ତୁ କେବେ ପାଳନ କରାଯିବ ରାମ ନବମୀ
ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷର ନମବୀ ତିଥିରେ ପାଳନ କରାଯାଏ ରାମ ନବମୀ । ଅସୁରମାନଙ୍କର ବଦ୍ଧ କରିବା ଏନଂ ଦୁନିଆରୁ ନକରାତ୍ମକ ଶକ୍ତିରୁ ଦୂର କରିବା ଲାଗି ରାମ ଜନ୍ମ ନେଇଥିଲେ ।
ତ୍ରେତୟା ଯୁଗରେ ରାଜା ଦଶରଥଙ୍କ ସ୍ତ୍ରୀ କୌଶଲ୍ୟାଙ୍କ କୋଳରେ ଭଗବାନ ବିଷ୍ଣୁ ନିଜ ୭ମ ଅବତାର ଶ୍ରୀରାମ ରୂପରେ ନେଇଥିଲେ ।
ପ୍ରତ୍ୟେକ ହିନ୍ଦୁଙ୍କ ଘରରେ ରାମ ନବମୀ ଖୁବ ଧୁମଧାମର ସହ ପାଳନ କରାଯାଇଥାଏ । ଖାସକରି ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଉତ୍ସାହ ଦେଖିବାକୁ ମିଳିଥାଏ । ରାମ ନବମୀ ୨୦୨୫ରେ କେବେପୂଜା କରାଯିବ ଆସନ୍ତୁ ଜାଣିବା..
କେବେ ପଡୁଛି ରାମ ନବମୀ: ରାମ ନବମୀ ୬ ଏପ୍ରିଲରେ ପାଳନ କରାଯିବ । ଏହି ଦିନ ଚୈତ୍ର ନବରାତ୍ରୀର ଶେଷ ଦିନ ।
ମୁହୂର୍ତ୍ତ: ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥି ୫ ଏପ୍ରିଲ ୨୦୨୫ର ରାତି ୭ଟା ୨୬ ମିନିଟରେ ଆରମ୍ଭ ହେବ ଏବଂ ଆଗାମୀ ଦିନ ୬ ଏପ୍ରିଲ ୨୦୨୫ରେ ରାତି ୭ଟା ୨୨ ମିନିଟରେ ସମାପ୍ତ ହେବ ।
ରାମ ନବମୀର ମଧ୍ୟାହ୍ଣ ମୁହୂର୍ତ୍ତ ସକାଳ ୧୧.୦୮ରୁ ଆରମ୍ଭ ହେବ ଏବଂ ଦ୍ୱିପ୍ରହର ୧.୩୯ ପର୍ଯ୍ୟନ୍ତ ରହିବ । ଭକ୍ତଙ୍କୁ ରାମଙ୍କ ପୂଜା ପାଇଁ ଅଢେଇ ଘଣ୍ଟାର ସମୟ ମିଳିବ । ରାମଲଲାଙ୍କ ଜନ୍ମ ଦ୍ୱିପ୍ରହର ୧୨ଟାରେ ହୋଇଥିଲା । ତେବେ ପୂଜାର ଅଭିଷେକ ପାଇଁ ଦ୍ୱିପ୍ରହର ୧୨.୩୪ ମିନିଟର ସମୟ ସବୁଠୁ ଶୁଭ ।