fbpx
BJD
BJD SKY
BJD SKY

ଏହା ଈଶ୍ୱରଙ୍କ ଚମତ୍କାର ନା କ’ଣ? ୮ ବର୍ଷୀୟ ଝିଅର ଶରୀରରେ ଦୃଶ୍ୟମାନ ହେଉଛି ‘ରାମ-ରାମ’ ଓ ‘ରାଧେ-ରାଧେ’ ଶବ୍ଦ

BJD

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖାପାଖରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାକୁ ସହଜରେ କେହି ବିଶ୍ୱାସ କରିପାରି ନଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ୮ ବର୍ଷୀୟା ଝିଅର ଶରୀରରେ ‘ରାମ-ରାମ’ ଓ ‘ରାଧେ-ରାଧେ’ ଶବ୍ଦ ଲେଖାଯାଇଥିବା ଦୃଶ୍ୟମାନ ହେଉଛି । ସବୁଠାରୁ ବଡ଼ କଥା ହେଉଛି, ଏହି ଦୃଶ୍ୟ କିଛି ସମୟ ପାଇଁ ଦୃଶ୍ୟମାନ ହେଉଥିବା ବେଳେ ଆଉ କିଛି ସମୟ ପରେ ତାହା ଅଦୃଶ୍ୟ ହୋଇଯାଉଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ହରଦୋଈରୁ ଆସିଛି ଏଭଳି ଏକ ବିରଳ ଘଟଣା । ଗତ ୨୦ ଦିନ ହେଲା ଗୋଟିଏ ୮ ବର୍ଷୀୟା ଝିଅର ଶରୀରରେ ଏହି ଲେଖା ଦେଖିବାକୁ ମିଳୁଛି । ଏହାକୁ ନେଇ ଗ୍ରାମାବାସୀ, ସ୍କୁଲର ଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏହା କୌଣସି ଦୈବୀ ଶକ୍ତିଙ୍କ ଚମତ୍କାର ବୋଲି କହୁଥିବା ଦେଖାଯାଉଛି । ଝିଅଟି ଗୋଟିଏ ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ଜଣାପଡ଼ିଛି ।

ମାଧୋଗଞ୍ଜର ଥାନା ଅଞ୍ଚଳର ସହିଜନା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଝିଅଟିର ପେଟ, ପାଦ ଆଦି ସ୍ଥାନରେ ଦେବୀ, ଦେବତାଙ୍କ ନାମ ଅକ୍ଷର ଆକାରରେ ଦୃଶ୍ୟମାନ ହେଉଛି । କିଛି ସମୟ ପରେ ତାହା ପୁଣି ଅଦୃଶ୍ୟ ହୋଇଯାଉଛି । ଏନେଇ ଡାକ୍ତରଙ୍କ ସହ ସମ୍ପର୍କ କରିଥିଲେ ହେଁ ସେ ମଧ୍ୟ ଏହାର କାରଣ ଜାଣିପାରି ନଥିଲେ । ତେବେ ଝିଅଟିର ପରିବାର ଲୋକେ ଠାକୁରଙ୍କ ପୂଜାପାଠ କରୁଥିବାରୁ ଦୈବୀ ଆଶିର୍ବାଦରୁ ଏପରି ଘଟୁଥିବା କିଛି ଲୋକ କହିଛନ୍ତି । ଏପରିକି ଝିଅଟି ଉପରେ ରାମ ଜୀ ଓ ରାଧା ରାଣୀଙ୍କର କୃପା ରହିଥିବା ଅନେକ କହୁଛନ୍ତି । ତେବେ ଏହି ଲେଖା ଦୃଶ୍ୟମାନ ହେଉଥିବା ସମୟରେ ଝିଅଟି ଠାରେ କୌଣସି ସମସ୍ୟା ସୃଷ୍ଟି ହେଉ ନଥିବା ଜଣାପଡ଼ିଛି । ତେବେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.