fbpx

ଭୋଟରଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ: ଅଧିକରୁ ଅଧିକ ଭୋଟ ଦେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଛତିଶଗଡ଼ରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏଥି ସହିତ ମିଜୋରାମରେ ମଧ୍ୟ ମତଦାନ ଜାରି ରହିଛି । ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ ଜାରି ରହିଛି । ଏଥି ସହ ମିଜୋରାମର ୪୦ଟି ଯାକ ଆସନରେ ମତଦାନ ଆରମ୍ଭ ହୋଇଛି ।

ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକରୁ ଅଧିକ ଲୋକଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିଛନ୍ତି । ଗଣତନ୍ତ୍ରର ଏହି ପବିତ୍ର ଉତ୍ସବରେ ସମସ୍ତ ଭୋଟ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମୋଦି । ଏହି ଅବସରରେ ପ୍ରଥମ ଥର ଭୋଟ ଦେଉଥିବା ଭୋଟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛତିଶଗଡ଼ର ଲୋକମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟବାସୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଭୋଟର ୫୩୦୪ ମତଦାନ କେନ୍ଦ୍ରରେ ଭୋଟ ଦେବେ ।

Get real time updates directly on you device, subscribe now.