fbpx
BJD
BJD SKY
BJD SKY

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ଦିନ ୧୨ଟା ୧୫ରୁ ୧୨ଟା ୪୫ ଯାଏ, ୩୦ ମିନିଟର ରହିଛି ମାହେନ୍ଦ୍ର ବେଳା

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବ। ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇଛି । ଆଜି ଦିନ ୧୨ଟା ୧୫ରୁ ୧୨ଟା ୪୫ ଯାଏ ୩୦ ମିନିଟର ମାହେନ୍ଦ୍ର ବେଳା ରହିଛି । ମାତ୍ର ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ମୁଖ୍ୟ ଯଜମାନ ଦାୟିତ୍ବ ତୁଲାଇବେ ନିଜେ ପ୍ରଧାନମନ୍ତ୍ରୀ ମୋଦି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ତଥ୍ୟ ଅନୁଯାୟୀ ସବୁ କାର୍ଯ୍ୟ ଠିକ୍ ଭାବେ ଚାଲିଛି, ରବିବାର ରାମଲଲାଙ୍କ ମୂର୍ତ୍ତିକୁ ବିଭିନ୍ନ ତୀର୍ଥସ୍ଥଳରୁ ଅଣାଯାଇଥିବା ପବିତ୍ର ଜଳରେ ଭର୍ତ୍ତି ୧୧୪ ଟି ପାତ୍ରରେ ସ୍ନାନ କରାଯାଇଥିଲା।  ୧୨୧ ବୈଦିକ ପୁରୋହିତଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା ରୀତିନୀତି କରାଯିବ । ଏହି ସମୟର ସାଖୀ ହେବା ପାଇଁ ରାମ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୧୦ ହଜାର ଲୋକ ଉପସ୍ଥିତ ରହିବେ ।

Get real time updates directly on you device, subscribe now.