ଆଲିଆଙ୍କ ଘରକୁ ପୁଣି ଆସିବ ଖୁସି ଖବର, ଦ୍ୱିତୀୟ ସନ୍ତାନର ବାପା ହେବେ ରଣବୀର କପୁର!

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦ୍ୱିତୀୟ ସନ୍ତାନର ମାତା-ପିତା ହେବାକୁ ଯାଉଛନ୍ତି! ଏନେଇ ଗଣମାଧ୍ୟମରେ ସଙ୍କେତ ଦେଇଛନ୍ତି।

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଦମ୍ପତ୍ତି ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଯିଏକି ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି, ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ତାଠୁ ଅଧିକ ଭଲପାଇବା ସାଉଁଟନ୍ତି।

ଆଉ ସେମାନଙ୍କ ବାହାଘର ପରେ ତାଙ୍କ ସହ ୨୦୨୨ ମସିହାରେ ଆଉ ଗୋଟିଏ ଖୁସି ସାମିଲ ହୋଇଥିଲା। ଆଉ ସେହି ଖୁସି ହେଉଛି ତାଙ୍କ ଝିଅ ରାହା। ରାହାର ଜନ୍ମ ହେବା ପରେ ଉଭୟ ରଣବୀର ଏବଂ ଆଲିଆ ସିନେ ଜଗତରୁ ଟିକେ ଦୂରେଇ ଯାଇଛନ୍ତି।

ଦୁହେଁ ନିଜ ଝିଅକୁ ଅଧିକ ସମୟ ଦେଉଥିବା ନଜର ଆସିଛନ୍ତି। ବିଭିନ୍ନ ସମୟରେ ଝିଅ ସହ ଭିନ୍ନ ଭିନ୍ନ ପ୍ରକାରର ଫଟୋ ସେୟାର କରୁଛନ୍ତି। ଆଉ ଏହାରି ଭିତରେ ଆଉ ଗୋଟିଏ ଖୁସି ଖବର ଆସିବାକୁ ଯାଉଛି। ସାଧାରଣରେ ଚର୍ଚ୍ଚା ହେଉଛି କି ରଣବୀର ଓ ଆଲିଆ ପୁଣିଥରେ ଦ୍ୱିତୀୟ ସନ୍ତାନର ମା-ବାପା ହେବାକୁ ଯାଉଛନ୍ତି।

ହେଲେ ଏନେଇ ଦୁହେଁ ସିଧାସଳଖ ଖୋଲାଖୋଲା ଭାବରେ କହି ନଥିଲେ ମଧ୍ୟ ସେହିଭଳି କିଛି ଇସାରା ଦେଇଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଦେଖିବାକୁ ଗଲେ ରଣବୀର ତାଙ୍କ ଝିଅ ରାହା ନାମରେ ଏକ ଟାଟୁ କରିଛନ୍ତି।

ଏକ ସାକ୍ଷାତକାରରେ, ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ, ସେ ଖୁବ୍‌ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି? ଏହାର ଜବାବରେ ରଣବୀର କହିଥିଲେ, ଆଶା କରୁଛି ଶୀଘ୍ର କରିବି। ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି। ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହେଉଛି।

ଠିକ୍ ସେହିପରି ଆଲିଆ ମଧ୍ୟ ଦ୍ୱିତୀୟ ସନ୍ତାନ ହେବା ନେଇ ସଙ୍କେତ ଦେଇଛନ୍ତି। ନିକଟରେ ଆଲିଆ ଏକ ଗଣମାଧ୍ୟମକୁ କହିଥିଲେ କି, ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ, ତେବେ ତା’ ନାମ ଆଗରୁ ପ୍ରସ୍ତୁତ ହୋଇସାରିଛି। ଅର୍ଥାତ୍ ଦୁହେଁ ଦ୍ୱିତୀୟ ,ସନ୍ତାନ ପାଇଁ ପ୍ଲାନ କରୁଛନ୍ତି ବୋଲି କୁହାଯାଇପାରେ।