fbpx

ବନ୍ଦ ଡାକରାକୁ ମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ୱାଇଁ କହିଛନ୍ତି ଯେ, ଦରଦାମ ଓ ବେକାରି ବଢିଛି । ଲୋକଙ୍କ ହାତରେ କାମ ନାହିଁ । ସବକା ବିକାଶ ବଦଳରେ ସବକା ବିନାଶ ହୋଇଛି ।’

ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବେକାରୀ, ବୋରାଜଗାର, ଦରଦାମ ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ନେଇ ରାଜ୍ୟର ସହଯୋଗ ଲୋଡିଛି ମଞ୍ଚ । ପୂର୍ବରୁ ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରିଥିଲା ।

Get real time updates directly on you device, subscribe now.