fbpx

(Video) ତତେ ସ୍ତ୍ରୀ ନୁହେଁ ରକ୍ଷିତା କରିବି: ୭ ବର୍ଷର ସମ୍ପର୍କ ପରେ ରାଣୀ ପଣ୍ଡାଙ୍କୁ କହିଲା ପ୍ରେମିକ ବିକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି । ତେବେ ଏହା ମଧ୍ୟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମ ଓରଫ କାହ୍ନାଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି । ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଣୀ ।

ବିକ୍ରମଙ୍କ ପାଇଁ ରାଣୀ ଶାରୀରିକ, ମାନସିକ ଓ ଆର୍ଥିକ କ୍ଷେତ୍ରରେ ବହୁ ନିର୍ଯାତନା ପାଇଛନ୍ତି । ତେଣୁ ସେ ନ୍ୟାୟ ଚାହୁଁଛନ୍ତି । ବିକ୍ରମଙ୍କ ବାପା-ମାଆ ଆସି ତାଙ୍କ ପୁଅର ଭୁଲ କି ରାଣୀଙ୍କର ଭୁଲ ତା’ର ହିସାବ କରିବାକୁ ରାଣୀ କହିଛନ୍ତି । ତେବେ ବିକ୍ରମ ଆଉ ଜଣଙ୍କୁ ବାହାହେବେ ଓ ରାଣୀଙ୍କୁ ରକ୍ଷିତା କରି ରଖିବେ ବୋଲି କହିଥିବା ରାଣୀ ଅଭିଯୋଗ କରିଛନ୍ତି । ରାଣୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବିକ୍ରମ ତାଙ୍କ ସହ ଧୋକ୍କା କରିଥିବା ନେଇ ରାଣୀ ମୁହଁ ଖୋଲିଛନ୍ତି ।

ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ବିକ୍ରମ ରାଣୀଙ୍କୁ ଠକି ଦେଇଥିବା ଅଭିଯୋଗ କରିଛନ୍ତି ରାଣୀ । ଏନେଇ ରାଣୀ ସୋସିଆଲ ମିଡ଼ିଆରେ ଛାଡ଼ିବାରୁ ବିକ୍ରମ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିବା ରାଣୀ କହିଛନ୍ତି । ବର୍ଷ ବର୍ଷ ଧରି ବିକ୍ରମ ତାଙ୍କ ସହ ପ୍ରତାରଣା କରି ଚାଲିଥିଲେ ବି ତାହାକୁ ସେ ବୁଝିପାରୁନଥିଲେ ବୋଲି କହିଛନ୍ତି ରାଣୀ । ତେଣୁ ସେ ନ୍ୟାୟ ଚାହୁଁଛନ୍ତି ବୋଲି ରାଣୀ କହିଛନ୍ତି ।

Get real time updates directly on you device, subscribe now.