fbpx

(Video) ଶେଷରେ ଧୋକ୍କାବାଜ୍ ପ୍ରେମିକ ବିକ୍ରମଙ୍କୁ କ୍ଷମା କରିଦେଲେ ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିବା ପ୍ରେମିକ ବିକ୍ରମ ବିକାଶ ଓରଫ କାହ୍ନାଙ୍କ ବିରୋଧରେ ରାଣୀ କିଛିଦିନ ତଳେ ମହିଳା ଥାନାରେ ଏତଲା ଦେଇଥିଲେ । ତାଙ୍କୁ ନ୍ୟାୟ ଦରକାର ବୋଲି ରାଣୀ କହିଥିଲେ । ଲଭ୍ ରିଲେସନ କାରଣରୁ ସେ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବହୁତ ନିର୍ଯାତିତ ହୋଇଥିଲେ ବୋଲି ରାଣୀ ଅଭିଯୋଗ କରିଥିଲେ ।

ରାଣୀ ଓ ବିକ୍ରମଙ୍କ ଦୀର୍ଘବର୍ଷର ପ୍ରେମ ସମ୍ପର୍କକୁ ନେଇ ରାଣୀଙ୍କ ବେଷ୍ଟ ଫ୍ରେଣ୍ଡ ସୁରଜ ଅନେକ ଗୁମର ଖୋଲିଥିଲେ । ବର୍ଷ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିକ୍ରମ ରାଣୀଙ୍କ ସହ ପ୍ରତାରଣା କରିଥିଲେ ବୋଲି ସୁରଜ କହିଥିଲେ । ରାଣୀଙ୍କ ବିଷୟରେ ସବୁ ଜାଣି କାହିଁକି ପ୍ରେମ ସମ୍ପର୍କରେ ରହୁଥିଲେ ବୋଲି ସୁରଜ ପ୍ରଶ୍ନ କରିଥିଲେ । ନିକଟରେ ରାଣୀଙ୍କର ଏକ କାନ୍ଦିବା ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଧୋକ୍କାବାଜ ପ୍ରେମିକ ବିକ୍ରମଙ୍କୁ ରାଣୀ କ୍ଷମା କରିଦେଇଛନ୍ତି । ‘ମୁଁ ବିକ୍ରମଙ୍କୁ ତ୍ୟାଗ କରୁଛି, ତା’ ଜୀବନରୁ ମୁଁ ସବୁଦିନ ପାଇଁ ଚାଲିଯାଉଛି’ ବୋଲି ରାଣୀ କହିଛନ୍ତି ।

Get real time updates directly on you device, subscribe now.