fbpx
BJD SKY
BJD SKY

ପୁଷ୍ପା ଲୁକରେ ରାନୁ: ଗାମୁଛା ଓ ଲୁଙ୍ଗି ପିନ୍ଧି ଶ୍ରୀବଲ୍ଲୀ ଗୀତରେ କଲେ ମଜାଦାର ଡାନ୍ସ

BJD

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଏଥର କିନ୍ତୁ ଗୀତ ଗାଇ ନୁହଁ । ଏଥର ନିଜ ଡାନ୍ସ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ ଚଳଚ୍ଚିତ୍ର ପୁଷ୍ପାର ଶ୍ରିବଲ୍ଲୀ ଗୀତ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ନେଇ ଇନଷ୍ଟାଗ୍ରାମରେ ମଧ୍ୟ ଖୁବ ରିଲ ଦେଖିବାକୁ ମିଳିଛି । ଯେଉଁଥିରୁ ବାଦ ପଡି ନାହାନ୍ତି “ତେରି ମେରି କାହାନୀ’ ଗୀତର ଗାୟିକା ରାନୁ ମଣ୍ଡଳ ।

 

ଶ୍ରିବଲ୍ଲୀ ଗୀତର ତାଳେ ତାଳେ ଦେଖିବାକୁ ମିଳିଛି ରାନୁଙ୍କର ମଜାଦାର ଠୁମକା । ଗୀତର ଲିରିକ୍ସ ଅନୁସାରେ ରାନୁ ଏହି ଗୀତର ଷ୍ଟେପ କରୁଥିବାର ନଜର ଆସିଛନ୍ତି ରାନୁ । ଅପଲୋଡ କରିବା ପରେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ରାନୁଙ୍କର ଏହି ମଜାଦାର ଡାନ୍ସ ଭିଡିଓ । ଭିଡିଓରେ ବ୍ଲୁ ଟି ଶାର୍ଟ ସହିତ ନାଲି ଶାଢୀ ଏବଂ ହାତରେ ବାଡି ଧରି ଅନେକ ଫନି ଷ୍ଟେପ କରୁଥିବାର ନଜର ଆସିଛନ୍ତି ରାନୁ । ଯାହାକୁ ନେଇ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି ରାନୁ ମଣ୍ଡଳ ।

Get real time updates directly on you device, subscribe now.