fbpx

ଥମୁନି ‘ହିଜାବ’ ମାମଲା: ସମର୍ଥନ କରି ରାସ୍ତାକୁ ଓହ୍ଲାଇଲେ ୫୦୦ ଛାତ୍ରୀ

କର୍ଣ୍ଣାଟକରେ ଏକ କଲେଜରେ ହିଜାବକୁ ନେଇ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକରେ ମୁସଲିମ୍ ଛାତ୍ରୀମାନେ କଲେଜରେ ହିଜାବ ପିନ୍ଧିବା ପାଇଁ ଦାବି କରିଛନ୍ତି ଏବଂ ଏହାକୁ ଅଧିକାର ବୋଲି କହିଛନ୍ତି । ଛାତ୍ରୀମାନେ ସଡ଼କକୁ ଓହ୍ଲାଇଛନ୍ତି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଉ ଏବେ ପଶ୍ଚିମବଙ୍ଗରେ ମଧ୍ୟ ମୁସଲିମ ଛାତ୍ରୀମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । କୋଲକାତାର ଅଲୀୟା ୟୁନିଭର୍ସିଟିର ଛାତ୍ରୀମାନେ ମୁଣ୍ଡରେ ହିଜାବ ଏବଂ ହାତରେ ତିରଙ୍ଗା ଧରି ସଡ଼କକୁ ଓହ୍ଲଇଛନ୍ତି ।

ବୁଧବାର ଏହି ପ୍ରଦର୍ଶନରେ ଅଲୀୟା ବିଶ୍ୱବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଏବଂ ରାଲି କରିଥିଲେ । ଏହି ରାଲିରେ ସେମାନେ ହିଜାବ ପିନ୍ଧିଥିବାର ନଜର ଆସିଥିଲେ । ଏମାନେ ସମସ୍ତେ କର୍ଣ୍ଣାଟକର ଛାତ୍ରୀମାନଙ୍କ ସମର୍ଥନ କରୁଥିଲେ । ପ୍ରଦର୍ଶନକାରୀ ହାତରେ ତିରଙ୍ଗା ଧରିଥିଲେ । ବିକ୍ଷୋଭମାରୀଙ୍କ କହିଥିଲେ ଭାରତର ନାଗରିକ ଆମକୁ ଅଧିକାରୀ ଅଛି ଆମେ କ’ଣ ପିନ୍ଧିବୁ ଏବଂ ଆମେ ଆମ ଧର୍ମ କିପରି ପାଳନ କରିବୁ । ଏହା ସହ ବିକ୍ଷୋଭ କରୁଥିବା ଛାତ୍ରମାନେ ବଙ୍ଗାଳୀ, ଇଂରାଜୀ ଏବଂ ହିନ୍ଦୀ ରେ ଲେଖାଥିବା ପୋଷ୍ଟର ମଧ୍ୟ ଧରିଥିଲେ ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବିଭିନ୍ନ ପ୍ରାନ୍ତରେ ହିଜାବ ସମର୍ଥନ ଏବଂ ବିରୋଧରେ ବିକ୍ଷୋଭ ତୀବ୍ର ହେବାରେ ଲାଗିଛି । ଅନେକ ସ୍ଥାନରେ ପରିସ୍ଥିତି ହିଂସକ ହେବା ପରେ ରାଜ୍ୟ ସରକାର ସ୍କୁଲ, କଲେଜ କୁ ତିନି ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ଗତ ସପ୍ତାହରେ କର୍ଣ୍ଣାଟକ ସରକାର ରାଜ୍ୟରେ ସ୍କୁଲ ଏବଂ କଲେଜ ତଥା ବିଶ୍ୱବିଦ୍ୟାଳୟରେ ନିର୍ଦ୍ଧାରିତ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ । ଯାହାକୁ ନେଇ ବିବାଦ ଉପୁଜିଛି । ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି ।

Get real time updates directly on you device, subscribe now.