fbpx
BJD SKY
BJD SKY

55ନମ୍ବର ଜୋନ ନାରାୟଣପୁର ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର

BJD

ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ 55 ନମ୍ବର ଜୋନର ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଏହି ଜୋନରେ ଥିବା ନାରାୟଣପୁର ପଂଚାୟତ ଅନ୍ତର୍ଗତ ଜର୍ସିଷ ପେଣ୍ଠ, ଆଲିପୁର, ମନସୁରକୋଟା, ବକ୍ସିପଲ୍ଲୀ ଓ ବିକ୍ରମପୁରରେ ବିଜେଡିର ପ୍ରଚାର ଖୁବ ଜମିଥିଲା । ଅନ୍ୟ ପକ୍ଷରେ ପ୍ରଚାରରେ ଅଂଚଳର ବହୁ ଯୁବକ ଓ ମହିଳା ସାମିଲ ହୋଇଥିଲେ ।

ଏହି ଜୋନରେ ବିଜେଡି ବିପୁଳ ପରିମାଣରେ ବିଜୟୀ ହେବ ବୋଲି ପାର୍ଥିମାନେ ଅସାବାନ୍ଧି ବସିଛନ୍ତି । ଆଜିର ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ଃ. ଗୋପବନ୍ଧୁ ଦାଶ ସହିତ ଅଂଚଳର ସମାଜ ସେବି ତଥା ବିଜେଡି ନେତା ରାମହରି ପାତ୍ର, ଯୁବନେତା ଶିବ ପାତ୍ର, ପର୍ଯ୍ୟବେକ୍ଷକ ଭରତ ପାତ୍ର, ରଙ୍ଗେଈଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାଶ, ଯୁବ ବିଜେଡି ସଭାପତି ଲଲାଟେନ୍ଦୁ ଗୌଡ଼, ବିଜେଡି ଯୁବ ଉପସଭାପତି ଜିତେନ୍ଦ୍ର କୁମାର ରାଉଳ, ବରିଷ୍ଠ ନେତା ଅଭୟ ସାହୁ ଓ କାମରାଜୂ ସେଠିଙ୍କ ସମେତ ବହୁ ବିଜେଡି କର୍ମି ଓ ସ୍ଥାନୀୟ ଅଂଚଳବାସି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.