fbpx
BJD SKY
BJD SKY

ମ୍ୟାଚ ସହ ସିରିଜ ହାତେଇଲା ଭାରତ: କମ ରନ ସତ୍ତେ୍ୱ ହାସଲ କଲ ରନର ବିଜୟ

BJD

ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ସହ ଦିନିକିଆ ସିରିଜକୁ ମଧ୍ୟ ଭାରତ ନିଜ ନାମରେ କରିଛି । ତୃତୀୟ ଦିନିକିଆ ବାକି ଥିଲେ ମଧ୍ୟ ଉଭୟ ମ୍ୟାଚରେ ବିଜୟ ହାସଲ କରି ସିରିଜକୁ କବଜା କରିନେଇଛି ରୋହିତ ସେନା ।

IND vs WI 2nd ODI Live Streaming: When and Where to watch India vs West Indies live in India

ଏହି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଙ୍ଗ କରି ୨୩୭ ରନ କରି ପାରିଥିଲା ଭାରତୀୟ ଟିମ । ଲୋ ସ୍କୋରିଙ୍ଗ ଏହି ମ୍ୟାଚରେ ଭାରତର ବିଜୟ ଅସମ୍ଭବ ପରି ଲାଗୁଥିଲା । ତେବେ ଏହି ଅସମ୍ଭବକୁ ପୁଣି ଥରେ ସମ୍ଭବ କରି ଦେଖାଇଛନ୍ତି ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଙ୍ଗ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୨୩୮ ରନର ଦେଇଥିଲା ଛୋଟ ଟାର୍ଗେଟ । କିନ୍ତୁ ଏହି ଛୋଟ ଟାର୍ଗେଟକୁ ମଧ୍ୟ ହାସଲ କରିବାରେ ଫେଳ ମାରିଛି ପୁରନ ପଲଟନ । ଦଳ ତରଫରୁ ବ୍ରେଣ୍ଡନ କିଙ୍ଗ ଏବଂ ଶାଏ ହୋପ ପାଳି ଆରମ୍ଭ କରିବାକୁ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ମାତ୍ର ୩୨ ରନର ପାର୍ଟନରସିପରେ ଡବଲ ଝଟକା ଦେଇଥିଲେ ପେସ ବୋଲର ପ୍ରସିଦ୍ଧ କୃଷ୍ଣା । ୭ ରନ ଭିତରେ ବ୍ରେଣ୍ଡନ କିଙ୍ଗ ଏବଂ ଡାରେନ ବ୍ରାଭୋଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ପ୍ରସିଦ୍ଧ । ଏହାପରେ ଜଣକ ପରେ ଜଣକ ୱିକେଟ ହରାଇଥିଲା ୱେଷ୍ଟଇଣ୍ଡିଜ । କୌଣସି ଖେଳାଳି ବଡ ପାର୍ଟନରସିପ କରିବା ପାଇଁ ସକ୍ଷମ ହୋଇ ପାରିଲେ ନାହିଁ । ଭାରତୀୟ ବୋଲରଙ୍କ ଆଗରେ ହାର ମାନିଥିଲେ ୱେଷ୍ଟଇଣ୍ଡିଜ ଷ୍ଟାରରେ ସଜ୍ଜିତ ଟିମ । ଦଳ ତରଫରୁ ସରମାରାହ ବ୍ରୁକ୍ସ ସର୍ବାଧିକ ୪୪ ରନ ବନାଇଛନ୍ତି ।

IND vs WI Dream11 Prediction, Fantasy Cricket Tips, Dream11 Team, Playing XI, Pitch Report, Injury Update- West Indies Tour of India, 2nd ODI

ସେପଟେ ଭାରତ ପକ୍ଷରୁ ୬ ଜଣ ବୋଲର ୱେଷ୍ଟଇଣ୍ଡିଜର ବ୍ୟାଟିଂ ଅର୍ଡରକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି । ପେସ ବୋଲର ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶାର୍ଦ୍ଦଳ ଠାକୁର ୨ଟି ୱିକେଟ ନେଇଛନ୍ତି । ଏହା ବ୍ୟତୀତ ମହମ୍ମଦ ସିରାଜ, ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର ଏବଂ ଅଲରାଉଣ୍ଡର ଦୀପକ ହୁଡ୍ଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ଚମତ୍କାର ବୋଲିଂ ପାଇଁ ଦ୍ୱିତୀୟ ମ୍ୟାଚକୁ ୪୪ ରନରେ ବିଜୟ ହାସଲ କରି ସିରିଜ ଉପରେ କବଜା କରି ପାରିଛି ଭାରତ ।

Get real time updates directly on you device, subscribe now.