fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋଦିଙ୍କ ସାକ୍ଷାତକାର: ଦୀର୍ଘତମ ଇଣ୍ଟରଭ୍ୟୁ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ହାତଗଣତି କିଛି ଦିନ ବାକି ରହିଛି । ଏହା ପୂର୍ବରୁ ଏକ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଏହା ହେଉଛି ସବୁଠୁ ଦୀର୍ଘତମ ସାକ୍ଷାତକାର । ନିର୍ବାଚନକୁ ଏକ ମୁକ୍ତ ବିଶ୍ୱବିଦ୍ୟାଳୟ ସହିତ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରୁ ହାରିବା ପରେ ଜିତିବା ମଧ୍ୟ ଶିଖାଯାଇଛି । ଏହା ସହିତ ଭାରତୀୟ ଜନତା ପାର୍ଟି ସବୁବେଳେ ଲୋକମାନଙ୍କ ସେବାରେ ଏବଂ ବିକାଶ କ୍ଷେତ୍ରରେ କାମ କରି ଚାଲିଛି ବୋଲି ମୋଦି ଏହି ସାକ୍ଷାତକାରରେ କହିଛନ୍ତି । ନିର୍ବାଚନ ଆରମ୍ଭ ହୋଇଯିବା ପରେ କୌଣସି ରାଜ୍ୟକୁ ଗସ୍ତ କରି ପାରିନଥିବାରୁ ସାକ୍ଷାତକାରରେ ଦଃୁଖ ପ୍ରକାଶ କରିଥିଲେ ମୋଦି ।

ସୂଚନା ଅନୁସାରେ ୫ଟି ରାଜ୍ୟରେ ହେବାକୁ ଯାଉଛି ନିର୍ବାଚନ । ଏହି ନିର୍ବାଚନରେ ବହୁମତ ସହିତ ବିଜେପିର ହିଁ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲୋକମାନଙ୍କ ପାଇଁ ଦଳ କରିଥିବା କାମକୁ ଦେଖି ଲୋକମାନେ ତାଙ୍କୁ ପୁଣି ଥରେ ବିଜୟ କରିବେ ବୋଲି ସେ ଆଶା ରଖିଛନ୍ତି । ଭୋଟରମାନେ ଆମକୁ ପରଖୁଛନ୍ତି ଯେଉଁଠି ବିଜେପି ଶାସନ କରୁଛି । ଏବଂ ଆମର କାମକୁ ଦେକି ସେମାନେ ଆମକୁ ବିଜୟୀ କରାଉଛନ୍ତି । ଏହା ମଧ୍ୟରେ ଣ୍ର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ଉଦାହରଣ ଦେଇଛନ୍ତି ପି.ଏମ ମୋଦି । ରାଜ୍ୟରେ ଅସମ୍ଭବ କାର୍ଯ୍ୟକୁ ଯୋଗୀ ସମ୍ଭବ କରି ପାରିଛନ୍ତି, ଯାହାଦ୍ୱାରା ରାଜ୍ୟରେ ଗୁଣ୍ଡାରାଜ ଶେଷ ହୋଇ ପାରିଛି ବୋଲି ମୋଦି ପ୍ରକାଶ କରିଛନ୍ତି । ତେବେ ଆଗକୁ “ଆୟୁଷ୍ମାନ ଭାରତ’କୁ ନେଇ ଦଳ ଅନେକ ଯୋଜନା କରୁଥିବା ସାକ୍ଷାତକାରରେ ଜାଣିବାକୁ ମିଳିଛି । ଏସବୁ ବିବିଧତା ଭିତରେ ଭାରତର ଏକତା ଦେଶର ଗର୍ବ ଏବଂ ଚିହ୍ନ ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Get real time updates directly on you device, subscribe now.