fbpx

ତିନି ବର୍ଷରେ ବେକାରୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ୯,୧୪୦ ଜଣ: ସଂସଦରେ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ: ବେରୋଜଗାରୀ ଏବଂ ଋଣଗ୍ରସ୍ତ ପାଇଁ ଦେଶରେ ବଢ଼ି ଚାଲିଛି ଆତ୍ମହତ୍ୟା । ରାଜ୍ୟସଭା ରେ ବୁଧବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେବାଳିଆ ତଥା ଋଣଭାର ଯୋଗୁଁ ଆତ୍ମହତ୍ୟା କରିବା ଲୋକଙ୍କ ତଥ୍ୟ ଦେଇଛନ୍ତି । ରାଜ୍ୟସଭାରେ ଏନସିଆରବି ରିପୋର୍ଟ ଅନୁସାରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରଖିଛନ୍ତି ଉତ୍ତର ।

ବେକାରୀ, ଦେବାଳିଆ ଏବଂ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଥିବା ଲୋକଙ୍କ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି ୨୦୧୮ ରୁ ୨୦୨୦ ମଧ୍ୟରେ ୧୬ ହଜାରରୁ ଅଧିକ ଲୋକ ଦେବାଳିଆ କିମ୍ବା ଋଣଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ସେହିପରି ଏହି ତିନି ବର୍ଷରେ ବେକାରୀ ଯୋଗୁଁ ୯,୧୪୦ ଜଣ ଆତ୍ମହତ୍ୟା କରିଛନ୍ତି । ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ୨୦୨୦ ରେ ୫୨୧୩ ଜଣ ଦେବାଳିଆ ତଥା ଋଣଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଯେତେବେଳେକି ୨୦୧୯ ରେ ଏହି ସଂଖ୍ୟା ୫,୯୦୮ ଏବଂ ୨୦୧୮ ରେ ୪୯୭୦ ଥିଲା ।
ବେକାରୀରେ ୨୦୧୮ ରେ ୨୭୪୧ ଜଣ ଆତ୍ମହତ୍ୟା କରିଥିଲେ । ୨୦୧୯ରେ ୨୮୫୧ ଏବଂ ୨୦୨୦ ରେ ୩୫୪୮ ଜଣ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.