fbpx
BSKY SKY
BSKY SKY

ଆଇପିଏଲ୍ ଉଦ୍‌ଯାପନୀ ଉତ୍ସବରେ ମନ ମୋହିଲେ ରଣବୀର, ରେହମାନ

BSKY

ରବିବାର ଆଇପିଏଲ୍‌ର ମ୍ୟାଚ ପୂର୍ବରୁ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାପନ ଉତ୍ସବରେ ବଲିଉଡ୍‌ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନଙ୍କ ଗୀତ ଓ ବଲିଉଡ୍ ସୁପରଷ୍ଟାର ଋଣବୀର ସିଂହଙ୍କ ନୃତ୍ୟରେ ଦର୍ଶକ ମତୁଆଲା ହୋଇଥିଲେ ଷ୍ଟାଡ଼ିୟମରେ ଉପସ୍ଥିତ ୧ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ୍ବ ଗୁଜରାଟ ଓ ରାଜସ୍ଥାନ ପାଇନାଲ ମ୍ୟାଚ ପୂର୍ବରୁ ଭରପୁର ମନୋରଞ୍ଜନର ମଜା ନେଇଥିଲେ ।

ରଣବୀର ଅଭିନୟ କରିଥିବା ତାଙ୍କର କିଛି ଚଳଚ୍ଚିତ୍ରର ଲୋକପ୍ରିୟ ଗୀତରେ ସେ ନୃତ୍ୟ କରିଥିଲେ । ଗୁଜରାଟ ଟାଇଟାନ୍ସର ପତାକା ଉଡ଼ାଇ ସେ ଘରୋଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ରଣବୀରଙ୍କ ପରେ ପରେ ମଞ୍ଚକୁ ଆସିଥିଲା ଓସ୍କାର ପୁରସ୍କାର ବିଜେତା ଏ ଆର୍ ରେହମାନ ।

ସେ ବନ୍ଦେ ମାତରମରୁ ଆରମ୍ଭ କରି ଜୟ ହୋ ପର୍ଯ୍ୟନ୍ତ ତାଙ୍କର କେତୋଟି ଜଣାଶୁଣା ଗୀତ ପରିବେଷଣ କରିଥିଲେ ,  ଯାହା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ରେହମାନଙ୍କ ସହିତ ମୋହିତ ଚୌହାନ , ନୀତି ମୋହନ , ବ୍ଲେଜ୍ , ଶିବାମଣି , ସାଶା ତ୍ରିପାଠୀ ଓ ଶ୍ଵେତା ମୋହନ ପ୍ରମୁଖ ମ୍ୟୁଜିସିଆନ୍ ମଧ୍ୟ ଆସିଥିଲେ । ପରେ ରଣବୀର ପୁନର୍ବାର ମଞ୍ଚକୁ ଆସି ରେହମାନଙ୍କ ସହ ଯୋଗଦେଇଥିଲେ । କହିବାକୁ ଗଲେ ଆଇପିଏଲ ଇତିହାସରେ ଏହା ଥିଲା ଅନ୍ୟତମ ଶ୍ରେଷ୍ଠ ଉଦ୍‌ଯାପନୀ ଉତ୍ସବ।

 

Get real time updates directly on you device, subscribe now.