fbpx

ପଞ୍ଜାବୀ ସିଙ୍ଗରଙ୍କ ହତ୍ୟା ପଛରେ ଗ୍ୟାଙ୍ଗ ୱାର, ଜାଣନ୍ତୁ କ’ଣ ପୂରା କାହାଣୀ

କଂଗ୍ରେସ ନେତା ତଥା ପଞ୍ଜାବୀ ସିଙ୍ଗର ସିଦ୍ଧୁ ସିଂହ ମୁସେୱାଲାଙ୍କ ହତ୍ୟାକୁ ନେଇ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସିଦ୍ଧୁ ମୂସେୱାଲା ପଞ୍ଜାବର ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ । ହତ୍ୟା ପାଇଁ କନାଡ଼ାର ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ସହୟତାରେ ସିଦ୍ଦୁ ମୂସେୱାଲାଙ୍କୁ ହତ୍ୟା କରାଯାଇଛି । ଆଉ ଏହା ଗ୍ୟାଙ୍ଗୱାର ବୋଲି ନେଇ ଚର୍ଚ୍ଚା ହେଉଛି ।

ବିଶ୍ନୋଇ ଗ୍ୟାଙ୍ଗର ବିରୋଧୀ ସିଦ୍ଧୁ ମୂସେୱାଲାଙ୍କୁ ସପୋର୍ଟ କରୁଥିଲା । ଏହି କାରଣରୁ ମୂସେୱାଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ । ରିପୋର୍ଟ ଅନୂଯାୟୀ, ଲରେନ୍ସ ବିଶ୍ନୋଇର ପାଖ ଲୋକ ଭିକ୍କୀ ମିଦ୍ଦୁଖେଡ଼ାର ହତ୍ୟାରେ ସିଦ୍ଧୁଙ୍କ ମ୍ୟାନେଜରଙ୍କ ହାତ ଥିବା କୁହାଯାଉଥିଲା । ଆଉ ଯାହାର ପ୍ରତିଶୋଧ ନେବା ପାଇଁ ଲରେନ୍ସ ବିଶୋଇ ସିଦ୍ଧୁଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ବର୍ତ୍ତମାନ ଲରେନ୍ସ ବିଶ୍ନୋଇ ଜେଲରେ ଥିଲେ ବି ଗ୍ୟାଗ୍ ଅପରେଟ କରୁଛି । ତା’ ପାଖରେ ୭୦୦ ରୁ ଅଧିକ ସୁଟର ଅଛନ୍ତି ଯେଉଁମାନେ କାନାଡା ସହ ବିଦେଶରେ ରହିଛନ୍ତି । କାନାଡାରେ ଥିବା ଲରେନ୍ସଙ୍କ ସାଥୀ ଗୋଲ୍ଡି ବ୍ରାର ଦାବି କରିଛି ଯେ ଭିକ୍କୀ ମିଦ୍ଦୁଖେଡ଼ାଙ୍କ ବ୍ୟତୀତ ଭାଇ ଗୁରୁଲାଲ ବରାରଙ୍କ ହତ୍ୟା ପଛରେ ବି ସିଦ୍ଧୁ ମୂସେୱାଲା ଥିଲେ କିନ୍ତୁ ସେ ବଞ୍ଚିଯାଉଥିଲେ ।

ସୂଚନାଯୋଗ୍ୟ, ରବିବାର ମନସା ଜିଲ୍ଲା ଜବାହାରକେ ଗାଁ ନିକଟରେ ସିଦ୍ଧୁ ମୂସେୱାଲାଙ୍କୁ ଗୁଳିମାଡ଼ ହୋଇଥିଲା । ଆକ୍ରମଣକାରୀ ମୂସେୱାଲାଙ୍କ କାର ଉପରକୁ ୧୨ ରାଉଣ୍ଡ ଫାୟାରିଂ କରିଥିଲେ ଯେଉଁଥିରେ ମୂସେୱାଲାଙ୍କ ମୃତ୍ୟୁ ହୋଇଥିଲା । ଏହାର ଦିନକୁ ପୂର୍ବରୁ ତାଙ୍କ ସହ ରାଜ୍ୟରେ ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ପଞ୍ଜାବ ସରକାର, ଯେଉଁଥିରେ ମୂସେୱାଲା ମଧ୍ୟ ଥିଲେ ।

ତେବେ ତାଙ୍କୁ ଆକ୍ରମଣ କରିବା ପାଇଁ ପିଛା କରୁଥିବା ୨ ଟି କାରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ପୋଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.