fbpx
BJD
BJD SKY
BJD SKY

ରଣବୀରଙ୍କ ଫିଲ୍ମ ଦେଖନ୍ତିନି ତାଙ୍କ ମା’! ଜାଣନ୍ତୁ ପୂରା ଘଟଣା…

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତାଙ୍କ ମଧ୍ୟରେ ନିଜର ନିଆରା ଷ୍ଟାଇଲ୍ ପାଇଁ ବାରି ହୋଇପଡ଼ନ୍ତି ରଣବୀର ସିଂ । ସମସ୍ତଙ୍କଠାରୁ ଟିକେ ଭିନ୍ନ ହେବାକୁ ସେ ସର୍ବଦା ଚେଷ୍ଟା କରନ୍ତି । ଏହି ଅଭିନେତାଙ୍କ ପୂରା ନାମ ରଣବୀର ସିଂହ ଭବନାନୀ ଓ ୧୯୮୫ ଜୁଲାଇ ୬ ତାରିଖରେ ମୁମ୍ବାଇସେ ସେ ଜନ୍ମ ଗ୍ରହଣ କରିଥିଲେ । ଡ୍ରେସିଂ ସେନ୍ସ ବା ଭିନ୍ନ ଧରଣର ପୋଷାକ ପରିପାଟୀ ପାଇଁ ରଣବୀର ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ତାଙ୍କର ଏମିତି କିଛି ଫିଲ୍ମ ଅଛି ଯାହାକି ତାଙ୍କ ମା’ ଦେଖନ୍ତି ନାହିଁ । ଏନେଇ ସେ ନିଜେ ପ୍ରକାଶ କରିଛନ୍ତି ।

Deepika Ranveer

ପୁଅକୁ ମରୁଥିବା ଦୃଶ୍ୟ ଦେଖିପାରନ୍ତିନି ମା’

ଶହଶହ ଝିଅଙ୍କ ହୃଦୟରେ ରାଜ୍ କରୁଥିବା ରଣବୀରଙ୍କ ହୃଦୟରେ କିନ୍ତୁ ରାଜ କରୁଥିବା ପ୍ରଥମ ମହିଳା ହେଉଛନ୍ତି ତାଙ୍କ ମା’ । ରଣବୀର ନିଜ ମା’ ଅଞ୍ଜୁଙ୍କ ସହ ବହୁତ ମିଶାଣିଆ । ଏପରିକି ଯେଉଁ ଫିଲ୍ମରେ ରଣବୀର ମରିଯାଉଥିବା ଦୃଶ୍ୟ ରହିଥିବା ସେ ଫିଲ୍ମକୁ ମା’ ଅଞ୍ଜୁ ଆଦୌ ଦେଖନ୍ତିନି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନୀଲ କପୁରଙ୍କ ସହ ରଣବୀରଙ୍କ ରହିଛି ଘରୋଇ ସମ୍ପର୍କ । ରଣବୀରଙ୍କ ମଉସା ହେବେ ଅନୀଲ । କାରଣ ଅନୀଲଙ୍କ ପତ୍ନୀ ସୁନୀତା କପୁର ଓ ରଣବୀରଙ୍କ ମା’ ଅଞ୍ଜୁ ଦୁଇ ଭଉଣୀ ।

ଦୀପିକାଙ୍କ ପୂର୍ବରୁ ଅନ୍ୟ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ନାଁ

Ahana to Anushka_Ranveer Singh Affair

ଦୀର୍ଘ ୬ବର୍ଷ ଡେଟ୍ କରିବା ପରେ ୨୦୧୯ ନଭେମ୍ବରରେ ଦୀପିକାଙ୍କ ହାତ ଧରିଲେ ରଣବୀର । ତେବେ ଏହା ପୂର୍ବରୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଯୋଡ଼ି ହୋଇଥିଲା ତାଙ୍କ ନାଁ । ତେବେ ରଣବୀରଙ୍କ ପ୍ରଥମ ପ୍ରେମ ଥିଲେ ଡ୍ରିମ୍ ଗାର୍ଲ ହେମା ମାଳିନୀଙ୍କ ସାନଝିଅ ଆହନା ଦେଓଲ । କଲେଜ ପଢ଼ିବା ସମୟରେ ସେମାନଙ୍କ ଇଲୁଇଲୁ ବେଶ୍ ଚାଲିଥିଲା ।

ସୂଚନା ଯୋଗ୍ୟ ଯେ ୨୦୧୦ରେ ଯଶରାଜ ଫିଲ୍ମ ‘ବ୍ୟାଣ୍ଡ୍ ବାଜା ବାରାତ’ରୁ ରଣବୀର ବଲିଉଡ୍ ଏଣ୍ଟ୍ରି କରିଥିଲେ । ଏଥିସହ ବେଷ୍ଟ ଡେବ୍ୟୁ ଆକ୍ଟର୍ ଆୱାର୍ଡ ମଧ୍ୟ ପାଇଥିଲେ । ଇତିମଧ୍ୟରେ ଫିଲ୍ମଫେଆର୍ ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ପାଇସାରିଲେଣି ରଣବୀର ।

Get real time updates directly on you device, subscribe now.