fbpx

ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ନିଆଁ ଲାଗିଯାଇଛି । ଏଚଓଡିଙ୍କ ବିଭାଗରେ ନିଆଁ ଲାଗିଯାଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ତେବେ ସେଠାରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଉଛନ୍ତି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ସବୁ କିଛି ଜରୁରୀ କାଗଜ ପତ୍ର ସୁରକ୍ଷିତ ଅଛି । କାହାର କୌଣସି ପ୍ରକାର କ୍ଷତି ହୋଇନାହିଁ ।

ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଠାରେ ଉଭୟ ଛାତ୍ର ଓ ଛାତ୍ରୀଙ୍କର ଅନେକ ହଷ୍ଟେଲ ରହିଛି । ଏଥିସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନେକ ସରକାରୀ କର୍ମଚାରୀଙ୍କର କ୍ୱାର୍ଟର ମଧ୍ୟ ରହିଛି । ତେଣୁ ଏଠାରେ ନିଆଁ ଲାଗିବା ଖବର ଶୁଣି ସମସ୍ତେ ଭୟଭୀତ ହୋଇଯାଇଥିଲେ । ତେବେ ଠିକଣା ସମୟରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିତ ସମସ୍ତଙ୍କୁ ସୁରକ୍ଷା ଦେଇପାରିଥିଲେ ।

ଏହା ପୂର୍ବରୁ ଗତ ୨୦୨୧ ମସିହା ଜୁଲାଇ ମାସରେ ମଧ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଆଁ ଲାଗିଥିଲା । ସଂସ୍କୃତ ବିଭାଗର ଏଚଓଡିଙ୍କର କାର୍ଯ୍ୟାଳୟରେ ନିଆଁ ଲାଗିଯାଇଥିଲା । କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ିନଥିଲା । ଖବର ପାଇ ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଭାଗର ସମସ୍ତ ଜରୁରୀ କାଗଜପତ୍ର ସୁରକ୍ଷିତ ରହିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

Get real time updates directly on you device, subscribe now.