fbpx

ପାକିସ୍ତାନରେ ୮ ବର୍ଷୀୟ ହିନ୍ଦୁ ନାବାଳିକା ସହ ଗଣଦୁଷ୍କର୍ମ: ଆଖିରେ ବି ଛୁରୀ ଭୁସିଦେଲେ ନୃଶଂସ

AAKASH

ନୂଆଦିଲ୍ଳୀ: ଅନେକ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ(ହିନ୍ଦୁ, ଶିଖ୍)ଙ୍କ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୮ ବର୍ଷୀୟ ହିନ୍ଦୁ ଝିଅ ସହ ଗଣଦୁଷ୍କର୍ମ ହୋଇଛି । ଖାଲି ସେତିକି ନୁହେଁ ନୃଶଂସତାର ସୀମା ଏତେ ଟପିଥିଲା ଯେ ଏହି ପାପାଚାରୀମାନେ ଝିଅଟିର ଦୁଇ ଆଖିରେ ଛୁରୀ ଭୁସିଦେଇଥିଲେ । ତେବେ ଡାକ୍ତରଙ୍କ କହିବା ଅନୂଯାୟୀ ବଞ୍ଚିବାର ଆଶା ଖୁବ୍ କମ୍ ରହିଛି ।

ଏହି ମାମଲା ସିନ୍ଧ ପ୍ରାନ୍ତର । ମାମଲା ୨୮ ଅଗଷ୍ଟର, ପରିବାରଲୋକଙ୍କୁ ତାଙ୍କର ୮ ବର୍ଷର ଝିଅ ଗୁରୁତର ଅବସ୍ଥାରେ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଉମରକୋଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଗ୍ୟାଙ୍ଗରେପ୍ ହୋଇଥିବା କହିବା ସହ ଛୁରା ମାଡ଼ ହୋଇଥିବା ନେଇ କହିଥିଲେ । ତେବେ ଡାକ୍ତରଙ୍କ କହିବା ଅନୂଯାୟୀ ପିଲାଟିର ବଞ୍ଚିବା ଆଶା ଖୁବ୍ କମ୍ ରହିଛି ।

ଉଲ୍ଲେଖଯୋଗ୍ୟ, ସିନ୍ଧ୍ ପ୍ରାନ୍ତରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ଯେମିତିକି ରେପ୍, ମର୍ଡର ଏବଂ କିଡନାପିଂ ଖବର ପ୍ରଥମରୁ ହିଁ ଆସିଛି । ଗତସପ୍ତାହରେ ଜଣେ ହିନ୍ଦୁ ସଫେଇକର୍ମଚାରୀଙ୍କୁ ଇଶନିନ୍ଦା ମାମଲାରେ ଗିରଫ କରାଯାଇଥିଲଶ । ଏହାପୂର୍ବରୁ ଚରମପନ୍ଥୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେହିଭଳି କିଛି ମାସ ତଲେ ଜଣେ ୧୮ ବର୍ଷୀୟ ସିନ୍ଧି ହିନ୍ଦୁ ଝିଅକୁ ବିଚ୍ ରାସ୍ତାରେ ଗୁଳି କରାଯାଇଥିଲା ।

Get real time updates directly on you device, subscribe now.