fbpx
BSKY
BJD YOUTH SKY
BJD MS SKY

ସମସ୍ତ ରାଜ୍ୟକୁ ରିହାତି ଦରରେ ଡାଲି ଯୋଗାଇବେ କେନ୍ଦ୍ର ସରକାର, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିହାତି ଦରରେ ଚଣା ଡାଲି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଓ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ ଏହି ଡାଲି କିଣାଯାଇଥିଲା । ଡାଲିର ଷ୍ଟକ ଦୃଷ୍ଟିରୁ କେନ୍ଦ୍ର ସରକାର ଚଣା ଡାଲିକୁ ରାଜ୍ୟମାନଙ୍କୁ ଯୋଗାଇଦେବେ ।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡାଲି ପ୍ରଦାନ ପରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଏହାକୁ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଲଗାଇବେ । ସେହିପରି ବିରି, ହରଡ଼, ମସୁର ଡାଲିର ଗୁଣବତ୍ତା କ୍ରୟ ସୀମାକୁ ୨୫ରୁ ୪୦ ପ୍ରତିଶତକୁ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କେଜି ପ୍ରତି ୮ ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ ଟନ ଚଣା ଡାଲି କେନ୍ଦ୍ର ସରକାର ଯୋଗାଇଦେବେ । ଯେଉଁ ରାଜ୍ୟରୁ ପ୍ରଥମେ ଅନୁରୋଧ ଆସିଥିବ, ଉକ୍ତ ରାଜ୍ୟକୁ ପ୍ରଥମେ ଏହି ଯୋଜନାର ସୁଫଳ ମିଳିବ । ରାଜ୍ୟମାନେ ଏହାକୁ ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଉପଯୋଗ କରିବେ । ଏହି ଯୋଜନାରେ କେନ୍ଦ୍ର ସରକାର ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

Get real time updates directly on you device, subscribe now.