fbpx

ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ କମ୍ପାନୀ Snapchat ନିଜ କର୍ମଚାରୀଙ୍କୁ ରେଡ୍ ସିଗ୍ନାଲ ଦେଖାଇଛି । କମ୍ପାନୀ ନିଜ ୨୦ ପ୍ରତିଶତ ଷ୍ଟାଫ୍ ଙ୍କ ଛଟେଇ ପାଇଁ ପ୍ରସ୍ତୁତି କରୁଛନ୍ତି ।

“ଦ ଭର୍ଜ’ ର ଏକ ରିପୋର୍ଟ ଅନୂଯାୟୀ ସୋସିଆଲ ମିଡିଆ ଆପ୍ ସ୍ନାପଚାଟ୍ ର ମୂଳ କମ୍ପାନୀ Snapchat Inc ଏହାର ୨୦ ପ୍ରତିଶତ (ପ୍ରାୟ ୧୨୮୦) କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି । ଏନେଇ ଅନେକ ସମୟରୁ ଯୋଜନା ରହିଥିବା ନେଇ ରିପୋର୍ଟରେ କୁହାଯାଇଛି । ୩୧ ଅଗଷ୍ଟଠାରୁ ଏହା ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ବର୍ତ୍ତମାନ କମ୍ପାନୀରେ ୬୪୦୦ କର୍ମଚାରୀ କାମ କରୁଛନ୍ତି । ତେବେ ଏହାଦ୍ୱାରା ସ୍ନାପଚାଟରେ ଥିବା Minis ଏବଂ Game ରେ କାମ କରୁଥିବା ଟିମ୍ ଅଧିକ ପ୍ରଭାବିତ ହେବେ ।

ସୂଚନାଯୋଗ୍ୟ, କମ୍ପାନୀ ଗତ ମାସରେ ଗତ ତ୍ରୈମାସିକରେ ପ୍ରାୟ ୧୦ ଅରବ ଡଲାର କ୍ଷତି ହୋଇଥିଲା । ଗତ ଆର୍ଥିକ ବର୍ଷରେ ୪୨୨ ମିଲିୟନ ଡଲାର କ୍ଷତି ହୋଇଥିଲା । ଏଥିପାଇଁ ପୂର୍ବରୁ ହିଁ ସ୍ନାପଚାଟ୍ ନିଯୁକ୍ତିକୁ ଧୀମା କରିଥିଲା ।

ଉଲ୍ଲେଖଯୋଗ୍ୟ, ୨୦୧୭ ରେ ସ୍ନାପଚାଟ ଦେଶରେ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଏହାର ସିଇଓ ଭାରକୁ ଗରିବ ଦେଶ କହିଥିଲେ । ଏହାପରେ ଭାରତରେ ସ୍ନାପଚାଟକୁ ବଏକଟ୍ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.