fbpx
BSKY SKY
BSKY SKY

ଏକାଠି ହେଲେ KCR-ନୀତିଶ: ମୋଦୀଙ୍କ ପାଇଁ ତିଆରି ହେବ ବ୍ରହ୍ମାସ୍ତ୍ର, ଆରମ୍ଭ ହେବ BJP ମୁକ୍ତ ଭାରତ ପାଇଁ କଡ଼ା ସଂଗ୍ରାମ

BSKY

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଫାଇଟ ପାଇଁ ଶାସକ ବିଜେପି ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିପକ୍ଷ ଦଳମାନେ ମଧ୍ୟ ଏକାଠି ହେବାକୁ ଲାଗିଲେଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ତେଲେଙ୍ଗାନା ସିଏମ୍ କେ.ଚନ୍ଦ୍ରଶେଖର ରାଓ ବିଜେପିର ହାତ ଛାଡ଼ିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଆସନ୍ତା ଫାଇନାଲ ମ୍ୟାଚ ପାଇଁ ଦୁଇ ନେତା ଆଲୋଚନା କରିଥିବା କୁହାଯାଉଛି ।

ବିହାର ଗସ୍ତ ଅବସରରେ କେସିଆର ନୀତିଶଙ୍କ ସହିତ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ କେସିଆର କହିଥିଲେ, ନୀତିଶ ‘ବିଜେପି ମୁକ୍ତ ଭାରତ ପାଇଁ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍ କରିବା ପ୍ରୟାସରେ ରହିଛନ୍ତି । ବିପକ୍ଷ ମହାମେଣ୍ଟର ପିଏମ ଚେହେରା କିଏ ହେବ ପ୍ରଶ୍ନର ଉତ୍ତରରେ କେସିଆର କହିଥିଲେ ଯେ, ଆମେ ସମସ୍ତେ ଏକଜୁଟ୍ ହେଉଛୁ । ଆଗାମୀ ଦିନମାନଙ୍କୁରେ ଆପଣମାନେ ଏହାର ପରିଣାମ ଦେଖିବାକୁ ପାଇବେ ।

ନୀତିଶ ଦେଶର ଜଣେ ବେଷ୍ଟ ଓ ସିନିୟର ନେତା ଅଟନ୍ତି । କେନ୍ଦ୍ର ସରକାରଙ୍କ ସିଦ୍ଧାନ୍ତ ‘ବେଚା ଇଣ୍ଡିଆ’ ଉପରେ କାର୍ଯ୍ୟ କରୁଛି । ସମସ୍ତ କ୍ଷେତ୍ରକୁ ଘରୋଇକରଣ କରି ଦିଆଯାଉଛି । ମୋଦୀ ସରକାର ବିପକ୍ଷ ଦଳଗୁଡ଼ିକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ମୁକ୍ତ ଭାରତ ହିଁ ଦେଶକୁ ବିକାଶ ଆଡ଼କୁ ନେଇ ପାରିବ । କେନ୍ଦ୍ର ସରକାରଙ୍କର ବିଫଳତା କାରଣରୁ ହିଁ ଦେଶକୁ ଆଜି ଏହି ଅବସ୍ଥା ଭୋଗିବାକୁ ପଡ଼ୁଛି । ମୋଦୀ ଗତ ୮ ବର୍ଷ ଧରି ପିଏମ ପଦରେ ରହି ସମସ୍ତ କ୍ଷେତ୍ରର ଅବସ୍ଥା ଶୋଚନୀୟ କରିଦେଇଥିବା କେସିଆର କହିଥିଲେ ।

Get real time updates directly on you device, subscribe now.