fbpx

ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି ରଖିବାକୁ ନେଇ ଚାଲିଲାଣି ରାଜନୀତି , କଂଗ୍ରେସ ନେତା କହିଲେ ଆମେ କ’ଣ ଚନ୍ଦ୍ରର ମାଲିକ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି ରଖିବା ନେଇ ଘୋଷଣା କରିବା ପରେ କଂଗ୍ରେସ ନେତା ରଶିଦ ଅଲଭି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନର ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି କିପରି ରଖିଦେଲେ । ଆମେ ତ ଚନ୍ଦ୍ରର ମାଲିକ ନୋହୁଁ ନା ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗ୍ରୀସ୍ ଗସ୍ତରୁ ଫେରି ବେଙ୍ଗାଲୁରରେ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୈଜ୍ଞାନିକଙ୍କୁ ସମ୍ବୋନ୍ଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଛି ତାହାର ନାମ ଏବେ ଶିବଶକ୍ତି ରହିବ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣାକୁ ନେଇ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଉଠିଛି । କଂଗ୍ରେସ ନେତା ରଶିଦ ଅଲବି କହିଛନ୍ତି ଆମେ ସେହି ଲ୍ୟାଣ୍ଡିଂ ପଏଣ୍ଟର ମାଲିକ ନୋହୁଁ ଯେ ତାହାର ନାମକରଣ କରିଦେବୁ ।

ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କୁ ଏ ଅଧିକାର କିଏ ଦେଲା କି ସେ ଚନ୍ଦ୍ରପୃଷ୍ଠର ନାମକରଣ କରିବେ । ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ଏହି ନାମକରଣ ପରେ ପୁରା ବିଶ୍ୱ ଆମ ଉପରେ ହସିବ । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ଆମ ସମସ୍ତଙ୍କ ଲାଗି ବହୁତ ଗର୍ବର କଥା । କିନ୍ତୁ ଆମେ ଚନ୍ଦ୍ରମାର ମାଲିକ ନୋହୁଁ । ଏପରି କରିବା ବିଜେପିର ଏକ ଅଭ୍ୟାସ ପାଲଟି ଯାଇଛି । ଯେବେଠାରୁ ସେ କ୍ଷମତାକୁ ଆସିଛି ନାମ ବଦଳାଇବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ।

Get real time updates directly on you device, subscribe now.