fbpx
BSKY
BJD MC SKY
BJD YOUTH SKY

‘ମୁଁ ଏହି ସ୍ୱପ୍ନ ଦେଖି ବଡ଼ ହୋଇଛି .. ‘, ରଶ୍ମିକା ମନ୍ଦାନାଙ୍କର ଇଣ୍ଡଷ୍ଟ୍ରିରେ ପୂରିଲା ୭ ବର୍ଷ, ଖୁସି ବ୍ୟକ୍ତ କଲେ ଏପରି

ନୂଆଦିଲ୍ଲୀ: ରଶ୍ମିକା ମନ୍ଦନା ଜଣେ ଅଭିନେତ୍ରୀ ଯିଏ କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍ କମ୍ ସମୟରେ ରଶ୍ମିକା ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ତେବେ ରଶ୍ମିକା ମନ୍ଦନା ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି। ଇଣ୍ଡଷ୍ଟ୍ରିରେ ଏତେ ବର୍ଷ କାମ କରିବା ପରେ ଅଭିନେତ୍ରୀ ବହୁତ ଖୁସି ଅଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ରଶ୍ମିକା ମନ୍ଦନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି- ବେଳେବେଳେ ଆପଣ ଅଟକି ଯାଇଛନ୍ତି ଏବଂ ଭାବିଛନ୍ତି। ଏସବୁ କିପରି ଘଟିଲା,ଏସବୁ କାହିଁକି ଘଟିଲା ଏବଂ ମୁଁ ବହୁତ ଖୁସି – ଯେ ଏସବୁ ଘଟିଲା! କୃତଜ୍ଞ, ଅଶ୍ଵସ୍ତି ଏବଂ ଖୁସି।

ସେ ଆଗକୁ ଲେଖିଛନ୍ତି ଯେ, ଏହା ସେହି ସବୁ ଯାହା ମୁଁସ୍ୱର୍ଦା ସ୍ୱପ୍ନରେ ଦେଖିଥାଏ । ମୋତେ ଏହାର ଅନୁଭବ ହୁଏ ନାହିଁ ଏବଂ ମୁଁ ଏପରି କୌଣସି ଜିନିଷକୁ ନେଇ ଗତି କରେ ଯାହା ମୋତେ ଜଣା ନଥାଏ । ହେଲେ ଭଲ ଲୋକଙ୍କ ସହ ଥିବାରୁ ଆପଣଙ୍କୁ ଅନୁଭବ ହୋଇଥାଏ ଯେ, ବେଳେ ବେଳେ ଆପଣଙ୍କୁ ଅଟକିବାକୁ ପଡିବ ଏବଂ ଅନୁଭବ କରିବାକୁ ପଡିବ ଯେ, ଏହା ସେହି ଅଟେ । ଏହା ସେହି ସ୍ୱପ୍ନ ଯାହାକୁ ଦେଖି ମୁଁ ବଡ଼ ହୋଇଛି ।

ରଶ୍ମିକା ଏହି ପୋଷ୍ଟ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ରାସ୍ତା ମଝିରେ ଠିଆ ହୋଇଛନ୍ତି। ଏହି ସମୟରେ ସେ ଏକ କଳା ଟି-ସାର୍ଟ ଏବଂ କଳା ଶର୍ଟ ପିନ୍ଧିଛନ୍ତି। ଅଭିନେତ୍ରୀ ଏକ ସୁନ୍ଦର ବ୍ୟାକ୍ ପକାଇବାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Get real time updates directly on you device, subscribe now.