fbpx

2nd Test ଜିତିବାକୁ ଦଳରେ ହେବ ପରିବର୍ତ୍ତନ! ଟିମ ଇଣ୍ଡିଆକୁ ପରାମର୍ଶ ଦେଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ନିରାଶଜନକ ଭାବରେ ହାତଛଡ଼ା କରିଛି । ଷ୍ଟାର ବ୍ୟାଟର ଡିନ୍ ଏଲଗରଙ୍କ ଦମଦାର ଶତକ ବଳରେ ଦକ୍ଷିଣ ଆଫ୍ରିକା ଭାରତକୁ ଗୋଟି, ଇନିଂସ ସହ ୩୨ ରନରେ ପରାସ୍ତ କରିଛି । ଏହାସହିତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଟେଷ୍ଟ ବିଜୟର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି । ତେବେ ସିରିଜକୁ ବରାବର କରିବା ପାଇଁ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବା ରୋହିତ ସେନା ପାଇଁ ନିହାତି ଆବଶ୍ୟକ ହୋଇ ପଡ଼ିଛି ।

ଜାନୁୟାରୀ ୩ ତାରିକରୁ କେପଟାଉନରେ ହେବାକୁ ଥିବା ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ହେଲେ ଟିମ ଇଣ୍ଡିଆକୁ ଦଳରେ ପରିବର୍ତ୍ତନ କରିବାକୁ ପଡ଼ିବ । ଅତି କମରେ ୨ଟି ପରିବର୍ତ୍ତନ ସହ ମିଦାନକୁ ଓହ୍ଲାଇଲେ ଭାରତର ବିଜୟ ଆଶା ବଢିପାରେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଯେ, ଭାରତକୁ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ ଏହି ମ୍ୟାଚ ପାଇଁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବୋଲର ମୁକେଶ କୁମାରଙ୍କୁ ଦଳରେ ସୁଯୋଗ ଦେବା ଆବଶ୍ୟକ । ଜାଡେଜା ଅସୁସ୍ଥ ଥିବାରୁ ପ୍ରଥମ ଟେଷ୍ଟରେ ସୁଯୋଗ ପାଇନଥିଲେ, ସେହିପରି ମୁକେଶ ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ । ଫଳରେ ଭାରତର ବୋଲିଂ ଆଟାକ ଦୁର୍ବଳ ପରିସ୍ଥିତିରେ ପଡ଼ି ଯାଇଥିଲା । ଶେଷ ପରିଣାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ କବଜା କରିଛି ।

ତେବେ ଜାଡେଜା ଏବଂ ମୁକେଶ ଦଳକୁ କମବ୍ୟାକ କଲେ କେଉଁ ଖେଳାଳି ବାଦ୍ ପଡ଼ିବେ ସେ ନେଇ ମଧ୍ୟ ଆଲୋଚନା ହେଉଛି । ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ ମୁକେଶ କୁମାର ଦଳରେ ଏଣ୍ଟ୍ରି କରିପାରନ୍ତି । ତେବେ ଜାଡେଜାଙ୍କୁ ଦଳରେ ସୁଯୋଗ ଦେବାକୁ ହେଲେ, ଅଶ୍ୱୀନ କିମ୍ବା ଶାର୍ଦ୍ଦୁଳ ଠାକୁରଙ୍କୁ ଡଗ୍ ଆଉଟରେ ବସିବାକୁ ପଡ଼ିପାରେ । ଦ୍ୱିତୀୟ ଟେଷ୍ଟ ପାଇଁ ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ଥିବା ନେଇ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.